22.1 C
Bhubaneswar
December 7, 2021
EnewsOdia.Com
ନ୍ୟୁଜ୍

ସତେ କେତେ ସୁନ୍ଦର ଏ ପୃଥିବୀ ! ଅନ୍ତରୀକ୍ଷରୁ ଫଟୋ ଜାରି କଲା ନାସା

ପୃଥିବୀର ସୌନ୍ଦର୍ଯ୍ୟ ତ ଆମେ ଅତି ପାଖରୁ ଦେଖୁଛେ। ବିମୋହିତ ହେଉଛେ। ହେଲେ କେବେ ଅନ୍ତରୀକ୍ଷରୁ ଦେଖିଛନ୍ତି ଆମ ପୃଥିବୀକୁ ! ପ୍ରକୃତରେ କେତେ ସୁନ୍ଦର ତାର ରୂପ ! ପାଖରୁ ବି, ଦୂରରୁ ବି  । ଅନ୍ତରୀକ୍ଷରୁ ପୃଥିବୀକୁ ଦେଖିବାର ସୁଯୋଗ ତ ସମସ୍ତଙ୍କ ଭାଗ୍ୟରେ ମିଳେନି। ତେବେ ଇଣ୍ଟରନାସନାଲ ସ୍ପେଶ ସେଣ୍ଟର ନାସା ପକ୍ଷରୁ ପୃଥିବୀର କେତେଗୁଡ଼ିଏ ଫଟୋ ଜାରି କରାଯାଇଛି। ଯାହାର ସୌନ୍ଦର୍ଯ୍ୟ ଦେଖିଲେ ଆପଣ ଭାବିବେ ଏହା ଆମ ପୃଥିବୀ ନା କେଉଁ ପରୀ ରାଇଜ।

ଏଇ ଫଟୋକୁ ଦେଖନ୍ତୁ। ଦେଖିଲେ ଲାଗୁଛି ଇଏ ଆମ ପୃଥିବୀ ନା କୌଣସି ଯାଦୁଗରର ଦୁନିଆ। ଏହି ଦୃଶ୍ୟ ହେଉଛି କାନାଡ଼ାର ମ୍ୟାକ୍‌ ଡୋନାଲ୍ଡ ଲେକ୍‌ର।

କୌଣସି କଳାକାରର ସୁନ୍ଦର କଳ୍ପନା କି ଇଏ ! ନା, ଅନ୍ତରୀକ୍ଷରୁ ନିଆଯାଇଥିବା ଆମ ପୃଥିବୀ ବାସ୍ତବ ରୂପ। ସାହାରା ମରୁଭୂମିର। ଆଫ୍ରିକା ମହାଦେଶର ମାରିସେନିଆ କ୍ଷେତ୍ର ଯାହାକୁ ଆମେ ‘ଆଇ ଅଫ ସାହାରା’ ବୋଲି କହିଥାଉ।

ଇଏ ହେଉଛି ମିଶିଗନ୍‌ ଲେକ୍‌ର ଖୁବ୍‌ ସୁନ୍ଦର ଚିତ୍ର। ଉତ୍ତର ଆମେରିକାକୁ ଭଗବାନଙ୍କର ସବୁଠାରୁ ବଡ ଉପହାର ହେଉଛି ଏଇ ମିଶିଗନ୍‌ ଲେକ । ଏହାର  ସୌନ୍ଦର୍ଯ୍ୟକୁ ନେଇ ସାରା ପୃଥିବୀରେ ଚର୍ଚ୍ଚା।  ହେଲେ ଅନ୍ତରୀକ୍ଷରୁ ଏହାର ସୌନ୍ଦର୍ଯ୍ୟ ଆହୁରି ମନଲୋଭାକାରୀ।

ଏହାବ୍ୟତୀତ ନାସା ପୃଥିବୀର ଆହୁରି ଅନେକ ସୁନ୍ଦର ସ୍ଥାନର ଫଟୋ ଛାଡ଼ିଛି ଯାହା କୌଣସି ପରୀ ରାଇଜଠାରୁ ବି କମ୍‌ ସୁନ୍ଦର ନୁହେଁ।

 

ପଢନ୍ତୁ: ଭାରତରେ ନାରୀ ହିଂସାରେ ଆଗୁଆ ଓଡ଼ିଶା

Related posts

ଶ୍ରୀମନ୍ଦିରରେ ଛାଡ଼ ପାଇବେନି ଭକ୍ତ କି ସେବାୟତ

Ratnamani Maharana

ୟେସ୍‌ ବ୍ୟାଙ୍କରେ ସୁରକ୍ଷିତ ରହିବ ତ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି

Ratnamani Maharana

ଧୋନୀଙ୍କ ଟ୍ୱିଟର ହ୍ୟାଣ୍ଡଲରୁ ବ୍ଲୁ-ଟିକ୍ ଉଠାଇନେଲା ଟ୍ୱିଟର

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More