News SPORTS

କୋହଲିଙ୍କୁ ନାସୀରୁଦ୍ଦିନଙ୍କ ସମାଲୋଚନା

virat

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରି ବଲିଊଡ ତାରକା ନସିରୁଦ୍ଦୀନ ଶାହା ବିବାଦରେ ଛନ୍ଦି ହୋଇଛନ୍ତି। ସେ କୋହଲିଙ୍କୁ ବିଶ୍ଵର ଅତ୍ୟନ୍ତ ଖରାପ ବ୍ୟବହାରୀ ସମ୍ପର୍ଣ ଖେଳାଳି ବୋଲି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି।

virat

କୋହଲିଙ୍କୁ ପ୍ରଶଂସକଙ୍କ ସମର୍ଥନ ମିଳିଛି, କିନ୍ତୁ ଅଷ୍ଟ୍ରେଲୀୟଙ୍କ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। କୋହଲିଙ୍କ କ୍ରିକେଟ୍ ଉତ୍କର୍ଷତାକୁ ତାଙ୍କ ଅହଂକାରୀ ଆଚରଣ ଏବଂ କଦର୍ଯ୍ୟ ବ୍ୟବହାର ଫିକା ପକାଇ ଦେଉଛି ବୋଲି ନାସିରୁଦ୍ଦିନ୍ କହିଛନ୍ତି।

ଉଲ୍ଲେଖଯୋଗ୍ୟ,ଗତ କିଛିଦିନ ତଳେ ବିରାଟ କୋହଲି ଏକ ଭିଡିଓକୁ ନେଇ ଟ୍ରୋଲ ହୋଇଥିଲେ। ଉକ୍ତ ଭିଡିଓରେ କୋହଲି ଜଣେ ପ୍ରଶଂସକଙ୍କୁ ଭାରତ ଛାଡ଼ି ଚାଲି ଯିବାକୁ କହୁଥିଲେ। ଏହି କମେଣ୍ଟ ଏକ ପ୍ରମୋସନାଲ ଭିଡିଓ ସମୟରେ କରାଯାଇଥିଲା। ଏହି ଘଟଣାରେ ଜଣେ ପ୍ରଶଂସକ ଭାରତୀୟ ଖେଳାଳିଙ୍କ ଅପେକ୍ଷା ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ଖେଳକୁ ଅଧିକ ପସନ୍ଦ କରନ୍ତି ବୋଲି କହିବାରୁ କୋହଲି ଉତକ୍ଷୀପ୍ତ ହୋଇ ପଡ଼ିଥିଲେ ଏବଂ ଉପରୋକ୍ତ ବୟାନ ଦେଇଥିଲେ।

ପଢନ୍ତୁ; ଘରେ ତିଆରି କରନ୍ତୁ ମିଲ୍କ-କେକ୍, ଜାଣିରଖନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

Related posts

ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ENO Beuro

ସବୁ ଚାଷୀଙ୍କ ପାଇଁ ପିଏମ୍‌-କିଷାନ୍‌ ଯୋଜନା, ବର୍ଷକୁ ମିଳିବ ୬ ହଜାର ଟଙ୍କା

Ratnamani Moharana

୨୧ରେ ପୁଣି ଲଘୁଚାପ,ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ENO Beuro

Leave a Comment