ଏବେ ଭାରତରେ ଉଡ଼ିପାରିବନି ବୋଇଂ 737-MAX ବିମାନ

Ethiopia Airlines

ଇଥୋପିଆ ଏୟାରଲାଇନ୍ସର ବୋଇଂ ଦୁର୍ଘଟଣା  ପରେ ଡିଜିସିଏର ନିଷ୍ପତ୍ତି ଭାରତରେ ବୋଇଂ ୭୩୭ ମାକ୍ସ ଉଡାଣ ଉପରେ ଲଗେଇଲ ରୋକ।

ଇଥିଓପିଆନ୍ ଏୟାରଲାଇନ୍ସର ବୋଇଂ 737 MAX 8 ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪ ଭାରତୀୟଙ୍କ ସହ ୧୫୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଜି ଅପରାହ୍ଣ ୪ଟା ସୁଦ୍ଧା ଭାରତରେ ସମସ୍ତ ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ୍‍ ୮ ବିମାନ ଉଡ଼ାଣ ନିଷିଦ୍ଧ  କରାଯିବା କଥା ବେସାମରିକ ବିମାନ ଚଳାଚଳ ମହାନିର୍ଦେଶକ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି। ଭାରତ ସମେତ ୧୩ଟି ଦେଶ ବୋଇଂ ୭୩୭ ମାକ୍ସ ଉଡାଣ କରୁଛନ୍ତି । ୨୭ଟି ଏୟାର ଲାଇନସ୍ ଏହି ବିମାନ ଉପରେ କଟକଣା ଲଗାଇସାରିଲେଣି ।

ବିମାନରେ ଆବଶ୍ୟକ ପରିବର୍ତ୍ତନ ସୁରକ୍ଷା  ସମ୍ବନ୍ଧୀୟ ପଦକ୍ଷେପ ସୁନିଶ୍ଚିତ କରିବା ଯାଏଁ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି କହିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ।
ପଢନ୍ତୁ: ପ୍ରଥମ ଭାଷଣରେ ମୋଦୀଙ୍କୁ ଟାର୍ଗେଟ କାଲେ ପ୍ରିୟଙ୍କା: ଆକାଉଣ୍ଟରେ ୧୫ ଲକ୍ଷ କାହିଁ!!

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More