News

ଜାନୁୟାରୀରେ ଚିଲିକା ମୁହାଣରେ ଅନୁଷ୍ଠିତ ହେବ ଜାତୀୟ ପକ୍ଷୀ ଉତ୍ସବ

ଶୀତ ଆସୁଆସୁ ଚିଲିକା ମୁହାଁ ହୁଅନ୍ତି ବିଦେଶୀ ପକ୍ଷୀ । ମୁଖରିତ ହୁଏ ଚିଲିକା ମୁହାଣ।  ଚିଲିକାର ମନେରାମ ଦୃଶ୍ୟକୁ ଦେଶ ବିଦେଶର ଅନେକ ଦର୍ଶକ ଓ ପର୍ଯ୍ୟଟକ ଉପଭୋଗ କରିପାରୁନଥିବାରୁ ଏହାକୁ ନଜର ରଖି ଓଡିଶା ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଜାତୀୟ ପକ୍ଷୀ ଉତ୍ସବ ।

ନୁଆବର୍ଷ ଆରମ୍ଭରୁ ଆପଣ ଏଭଳି ଏକ ସୁଯୋଗ ପାଇବେ ଏସିଆ ମହାଦେଶର ବୃହତ୍ତମ ହ୍ରଦ ଚିଲିକାରେ । ପକ୍ଷୀ ଉତ୍ସବରେ ଆପଣ ଦଳ ଦଳ ଗେଂଡ଼ି, ମାଝରଙ୍କା, ରାଜହଂସ ପକ୍ଷୀମାନଙ୍କ ଉଡ଼ନ୍ତା ଦୃଶ୍ୟକୁ ଅତି ପାଖରୁ ଦେଖିବାର ଅପ୍ରମିତ ସୁଯୋଗ ପାଇପାରିବେ । ଚିଲିକାର ପକ୍ଷୀ ବିବିଧତା ଅପାଣଙ୍କୁ ଆହ୍ଲାଦିତ କରାଇବ । ମଙ୍ଗଳାଯୋଡ଼ି ଏବଂ ପକ୍ଷୀ ଅଭୟାରଣ୍ୟ ନଳବଣର ଅତି ପାଖକୁ ଯାଇ ଆପଣ ୨୦୧୮ ଜାତୀୟ ପକ୍ଷୀ ଉତ୍ସବର ମଜା ନେଇପାରିବେ । ଚିଲିକା ପକ୍ଷୀ ମହୋତ୍ସବ ପରିପ୍ରେକ୍ଷୀରେ ବିଭିନ୍ନ ଫଟୋଗ୍ରାଫି ଓ ପେଇଣ୍ଟିଙ୍ଗ ପ୍ରତିଯୋଗିତା ମାନ ଆୟୋଜିତ କରାଯିବ ।

ବନ, ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବ ଆଗାମୀ ବର୍ଷରେ ଓଡ଼ିଶାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବ ବୋଲି ସମସ୍ତେ ଆଶାବାଦୀ  ଅଛନ୍ତି। ଚିଲିକାର ପ୍ରସିଦ୍ଧିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହି ଯୋଜନା କରୁଛନ୍ତି ସରକାର ।

ଜାନୁୟାରୀରେ ଚିଲିକା ମୁହାଣରେ ଅନୁଷ୍ଠିତ ହେବ ଜାତୀୟ ପକ୍ଷୀ ଉତ୍ସବ  ଜାନୁୟାରୀରେ ଚିଲିକା ମୁହାଣରେ ଅନୁଷ୍ଠିତ ହେବ ଜାତୀୟ ପକ୍ଷୀ ଉତ୍ସବ

ପଢନ୍ତୁ, ପୁଣି ଥରେ ସ୍ଵର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ଅର୍ଜନ କଲେ ଏମ୍‌ସି ମେରିକମ

Related posts

୩ ଜଣ ଓଡିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ENO Beuro

ଆଜିଠୁ ଆରମ୍ଭ ହୋଇଛି ବିଶ୍ଵ ଖାଦ୍ୟ ମେଳା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଉଦ୍ଘାଟିତ

ENO Beuro

ଗୋଖାଦ୍ୟ ଦୁର୍ନୀତି ମାମଲା, ତୃତୀୟ ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More