News

କୁନ୍ଦିଲି ଘଟଣା :ତଦନ୍ତ କରିବ ଜାତୀୟ ମାନବିକ ଅଧିିକାର କମିସନଙ୍କ ସ୍ୱତନ୍ତ୍ର ଟିମ୍‌

କୁନ୍ଦୁଲି ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା

କୁନ୍ଦୁଲି ଘଟଣାର ତଦନ୍ତ କରିବ ଜାତୀୟ ମାନବିକ ଅଧିକାର କମିସନ( ଏନଏଚ୍‌ଆରସି)। ଆସନ୍ତା ୧୫ ଦିନ ମଧ୍ୟରେ ଏନଏଚ୍‌ଆରସିର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ରିପୋର୍ଟ କରିବାକୁ ଏନଏଚ୍‌ଆରସି କମିସନ ନିର୍ଦ୍ଦେଶ ଦେଇଛନ୍ତିି।

କୁନ୍ଦୁଲୀ ନାବାଳିକା ଛାତ୍ରୀ ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ହସ୍ତକ୍ଷେପ ପାଇଁ ରାଧାକାନ୍ତ ତ୍ରିପାଠୀ ନାମକ ଜଣେ ଆବେଦନକାରୀଙ୍କ ଆବେଦନ ଉପରେ ଶୁଣାଣି କରି କମିସନ ଏନଏଚ୍‌ଆରସିର ଡିଜି (ତଦନ୍ତ)ଙ୍କୁ ଏକ ଟିମ୍‌ ଗଠନ କରି ତୁରନ୍ତ ଏହି ମାମଲାର ତଦନ୍ତ ପାଇଁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି କମିସନ୍‌ ରାଜ୍ୟ ସରକାରଙ୍କୁ ମଧ୍ୟ ଏନଏଚ୍‌ଆରସି ଟିମ୍‌କୁ ତଦନ୍ତ ସମୟରେ ସମସ୍ତ ସହଯୋଗ କରିବା ସହିତ ଆବଶ୍ୟକ ସମସ୍ତ ତଥ୍ୟ ଓ ରିପୋର୍ଟ ଏହି ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟିମ୍‌ ୧୫ ଦିନ ମଧ୍ୟରେ କୁନ୍ଦୁଲି ଯାଇ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି।

ପଢନ୍ତୁ ;

ଚାଷ ଜମିରେ ବେଆଇନ କୋଠା ନିର୍ମାଣ: ଆୟକର ବିଭାଗ ଦ୍ୱାରା କିଙ୍ଗ୍‌ଖାନ୍‌ଙ୍କ ଫାର୍ମ ହାଉସ୍‌ ବ୍ୟାଜାପ୍ତ

Related posts

ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ବିମାନ ଉଡ଼ାଣ

ENO Beuro

ଚିଟଫଣ୍ଡ୍‌ ସିସୋର ଓ ରୋଜଭ୍ୟାଲି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ENO Beuro

ଟ୍ରମ୍ପ ଟାଓ୍ଵାରରେ ଅଗ୍ନିକାଣ୍ଡ,୨ ଗୁରୁତର ଆହତ

ENO Beuro

Leave a Comment