ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ ପୁଣି ଏକ ଜାତୀୟ ରେକର୍ଡ:୧୦୦ ମିଟର ଦୌଡ଼ରେ ନିଜ ରେକର୍ଡକୁ ନିଜେ ଭାଙ୍ଗିଲେ

୧୦୦ ମିଟର ଦୌଡ଼ ଲାଗି ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି ଓଡ଼ିଆ ଧାବିକା ଦୁତୀ ଚାନ୍ଦ

ଆସାମର ଗୁଆହାଟୀରେ ଓଡ଼ିଶାକୁ ଗର୍ବିତ କରିଛନ୍ତି ଧାବିକା ଦୂତୀ ଚାନ୍ଦ। ୧୦୦ ମିଟର ଦୌଡ଼ ଇଭେଣ୍ଟରେ ସେ ସୃଷ୍ଟି କରିଛନ୍ତି ନୂତନ ଜାତୀୟ ରେକର୍ଡ। ଗୁଆହାଟୀରେ ଚାଲିଥିବା ୫୮ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍ଲେଟିକ୍‌ ଚମ୍ପିଆନସିପ୍ସରେ ତାଙ୍କୁ ମିଳିଛି ଏହି ସଫଳତା। ଆଥ୍‌ଲେଟିକ୍ ମିଟ୍‌ର ସେମିଫାଇନାଲ୍‌ରେ ଦୌଡ଼ି ସେ ଏହି ରେକର୍ଡ କରିଛନ୍ତି। ୧୦୦ ମିଟରକୁ ୧୧.୨୯ ସେକେଣ୍ଡରେ ଅତିକ୍ରମ କରିଛନ୍ତି ଦୂତୀ। ପୂର୍ବରୁ ୧୧.୩୦ ସେକେଣ୍ଡର ଏହି ଦୂରତାକୁ ସେ ଅତିକ୍ରମ କରିଥିଲେ।

ସୂଚନାଯୋଗ୍ୟ,ପ୍ରତିଯୋଗିତାର ପ୍ରଥମଦିନ ଦୁତୀ ଚାନ୍ଦ ମହିଳା ୨୦୦ ମିଟର ହିଟ୍‍ସରେ ୨୩.୪୬ ସେକେଣ୍ଡ ସମୟ ନେଇ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ମହିଳା ୨୦୦ ମିଟର ଦୌଡ଼ ପାଇଁ ଏସୀୟ କ୍ରୀଡ଼ା ଲାଗି ଏଏଫ୍‍ଆଇ ରଖିଥିବା ଯୋଗ୍ୟତା ଟାଇମିଂ ହେଉଛି ୨୩.୫୦ ସେକେଣ୍ଡ। ପରେ ଫାଇନାଲରେ ଦୁତୀ ରୌପ୍ୟ ଏବଂ ଶ୍ରାବଣୀ ବ୍ରୋଞ୍ଜ୍‍ପଦକ ଜିତିଥିଲେ। ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକାର୍ତ୍ତା ଓ ପାଲେମ୍‍ବାଙ୍ଗ୍‍ରେ ଏସୀୟ କ୍ରୀଡ଼ା ଅନୁଷ୍ଠିତ ହେବ।

ପଢନ୍ତୁ; ଆଖି ବୁଜିଲେ ପ୍ରାଣକୃଷ୍ଣ, ପମ୍ପ୍ ହାଉସ୍ ପାଇପରେ ୭ ଘଣ୍ଟା ଫସି ଚର୍ଚାରେ ଥିଲେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More