ଯାତ୍ରା ଅଭିନେତ୍ରୀ ନିଶା ଅଳ୍ପ ସମୟ କଲେ ଷ୍ଟେଜ୍ ସୋ, ତାତିଲେ ଲୋକ
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
Loading...
ରୁଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ବେଳେ ହାଇଆଲର୍ଟରେ ନାଟୋ ସେନା । ଘନ ଘନ ବୈଠକ ବସୁଛି । ଆଲୋଚନା କରୁଛନ୍ତି ନାଟୋ ସଦସ୍ୟ ରାଷ୍ଟ୍ର । ସ୍ଥିତି ଉପରେ ରହିଛି କଡ଼ା ନଜର । ଗତକାଲି ନାଟୋ ବୈଦେଶିକ ମନ୍ତ୍ରୀ ଏକାଠି ହୋଇଥିଲେ ।
ରୁଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ବେଳେ ହାଇଆଲର୍ଟରେ ନାଟୋ ସେନା । ଘନ ଘନ ବୈଠକ ବସୁଛି । ଆଲୋଚନା କରୁଛନ୍ତି ନାଟୋ ସଦସ୍ୟ ରାଷ୍ଟ୍ର । ସ୍ଥିତି ଉପରେ ରହିଛି କଡ଼ା ନଜର । ଗତକାଲି ନାଟୋ ବୈଦେଶିକ ମନ୍ତ୍ରୀ ଏକାଠି ହୋଇଥିଲେ । ୟୁକ୍ରେନର ରକ୍ଷା ଓ ମାନବୀୟ ସାହଯ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ । ନାଟୋ ମହାସଚିବ ଜେନ୍ସ ଷ୍ଟୋଲଟେନ୍ଵର୍ଗ କହିଛନ୍ତି, ନାଟୋ ସଦସ୍ୟ ରାଷ୍ଟ୍ରଙ୍କୁ ସବୁବେଳେ ସହାୟତା କରି ଆସିଛି । ସହଯୋଗୀ ୩୦ ରାଷ୍ଟ୍ରକୁ ସୁରକ୍ଷିତ ରଖିବା ନାଟୋର ମୂଳ ଲକ୍ଷ୍ୟ । ନାଟୋ ୟୁକ୍ରେନ-ରୁଷିଆ ବିବାଦର ଅଂଶବିଶେଷ ନୁହେଁ । ବର୍ତ୍ତମାନ ସ୍ଥିତି ୟୁକ୍ରେନରୁ ଆଉ ଆଗକୁ ନବଢୁ ସେକଥା ସୁନିଶ୍ଟିତ କରିବା ପାଇଁ ନାଟୋ ଉତ୍ତରଦାୟୀ । ନହେଲେ ଅଧିକ ବିଧ୍ୱଂସକାରୀ ଓ ବିପଜ୍ଜନକ ହୋଇପାରେ ।
ଜଳ, ସ୍ଥଳରେ ନାଟୋ କରିଛି ସମରସଜ୍ଜା । ଫୋର୍ସ ଫୁଲ୍ ରେଡି । ରୁଷକୁ ଲାଗି ୟୁରୋପୀୟ ସଂଘ ରାଷ୍ଟ୍ରର ସୀମାରେ ଠୁଳ ହୋଇଛନ୍ତି ନାଟୋର ହଜାର ହଜାର ଫୋର୍ସ । ୧୨୫ରୁ ଅଧିକ ଲଢୁଆ ଯୁଦ୍ଧ ବିମାନ ଆଲର୍ଟରେ ଅଛନ୍ତି । ସମୁଦ୍ରରେ ପ୍ରସ୍ତୁତ ହୋଇ ରହିଛନ୍ତି ନାଟୋର ୧୫୦ରୁ ଅଧିକ ଯୁଦ୍ଧ ଜାହାଜ । ୟୁକ୍ରେନ୍ ସହ ଯୁଦ୍ଧକୁ ପୁଟିନ୍ ତୁରନ୍ତ ବନ୍ଦ କରନ୍ତୁ ବୋଲି ଦାବି କରିଛି ନାଟୋ । ପୁଟିନ୍ଙ୍କ ବିରୋଧରେ ଛିଡ଼ା ହୋଇଛି ଆମେରିକା, ୟୁରୋପ ଓ ନାଟୋ । ରୋମାନିଆରେ ଆଲର୍ଟରେ ଆମେରିକା ସୈନ୍ୟ ଅଛନ୍ତି । ଲାଟଭିଆର ମିଲିଟାରୀ ଏୟାରଫିଲ୍ଡରେ ପହଞ୍ଚଛି ଆମେରିକାର ୨୦ଟି ଲଢୁଆ ଆପେଚେ ହେଲିକେପ୍ଟର । ମିଳିତ ସମରାଭ୍ୟାସ କରିଛନ୍ତି ପୋଲାଣ୍ଡ ଓ ଆମେରକା ସୈନ୍ୟ । .
Shakespeare, in the beautiful garden, among the party. Some of the hall: in fact she was ever to.
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
ସୌରୀନ ଦୀର୍ଘ ଦିନ ଧରି ଧରା ଛୁଆଁ ନେଦେବାରୁ ଏହି ପଦକ୍ଷେପ ଗ୍ରହଣ କଲା ପୁଲିସ ।
ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି।