ଘରୋଇ ଉପାୟରେ ମୁହଁରୁ ଦାଗ କିପରି ଦୂର କରିବେ ଜାଣନ୍ତୁ?

ସୁନ୍ଦର ତ୍ୱଚା ସମସ୍ତଙ୍କୁ ପସନ୍ଦ । ସମସ୍ତେ ଚାହାଁନ୍ତି ସୁନ୍ଦର ଦିଶିବାକୁ । ହେଲେ ବେଳେ ବେଳେ ମୁହଁରେ ଦେଖାଯାଉଥିବା କିଛି ଦାଗକୁ ନେଇ ଆମେ ବ୍ୟତିବ୍ୟସ୍ତ ହୋଇପଡୁ । କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି ଯାହାକୁ ଆପଣେଇଲେ ମୁହଁରେ ଥିବା ଦାଗ ଲିଭିଯିବା ସହ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ।

ଘରୋଇ ଉପାୟରେ ମୁହଁରୁ ଦାଗ ଦୂର କରିବା ପାଇଁ ଟିପ୍ସ :-

  • ସାଧାରଣତଃ ଚାଉଳକୁ ଧୋଇ ଆମେ ସେହି ପାଣିକୁ ଫୋପାଡିି ଦେଇଥାଉ । ହେଲେ ଏହା ଆମ ପାଇଁ ଲାଭଦାୟକ ବୋଲି ଜାଣିବାପରେ କେହି ହୁଏତ ଏହାକୁ ନଷ୍ଟ କରିବାକୁ ଦେବେନାହିଁ । ଚାଉଳ ଧୁଆ ପାଣିକୁ କିଛି ସମୟ ଫ୍ରିଜ୍‌ରେ ରଖି ଦିଅନ୍ତୁ । ଏହା ଥଣ୍ଡା ହେବା ପରେ ମୁହଁରେ ଲଗାଇ ଧୋଇ ଦିଅନ୍ତୁ । ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇବ ।
  • ଗ୍ରୀନ୍‌ ଟି ସ୍ବାସ୍ଥ୍ୟ ପାଇଁ ଉତ୍ତମ ବୋଲି ଊଣା ଅଧିକେ ସମସ୍ତଙ୍କୁ ଜଣା । ହେଲେ ଏହା ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଗ୍ରୀନ୍‌ ଟି ପିଇଲେ ଶରୀରରେ ଚର୍ବି ବଢି ନ ଥାଏ । ସେହିପରି ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି ଏଜିଂ ତତ୍ତ୍ୱ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
  • ପୁଦିନା ଚଟଣି ଖାଇବାକୁ ବେଶ୍‌ ସ୍ବାଦିଷ୍ଟ । ହେଲେ ଏହା ଆମ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାର ପତ୍ରକୁ ବାଟି ମୁହଁରେ ଲଗାନ୍ତୁ । କିଛି ସମୟ ପରେ ଧୋଇଦିଅନ୍ତୁ । ଏହା ଚର୍ମରେ ଉଜ୍ଜ୍ୱଳତା ଆଣିବ ।

ପଢନ୍ତୁ ;

ସଲମାନଙ୍କୁ ଆଶ୍ଵସ୍ତି : ମିଳିଲା ବିଦେଶ ଗ୍ରସ୍ତର ଅନୁମତି

ହେଲେ ଏହା ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ - 91%

91%

ଏହା ଥଣ୍ଡା ହେବା ପରେ ମୁହଁରେ ଲଗାଇ ଧୋଇ ଦିଅନ୍ତୁ - 88%

88%
89.5%

Very Good!

ଘରୋଇ ଉପାୟରେ ମୁହଁରୁ ଦାଗ କିପରି ଦୂର କରିବେ ଜାଣନ୍ତୁ ?

ସୁନ୍ଦର ତ୍ୱଚା ସମସ୍ତଙ୍କୁ ପସନ୍ଦ । ସମସ୍ତେ ଚାହାଁନ୍ତି ସୁନ୍ଦର ଦିଶିବାକୁ । ହେଲେ ବେଳେ ବେଳେ ମୁହଁରେ ଦେଖାଯାଉଥିବା କିଛି ଦାଗକୁ ନେଇ ଆମେ ବ୍ୟତିବ୍ୟସ୍ତ ହୋଇପଡୁ । କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି ଯାହାକୁ ଆପଣେଇଲେ ମୁହଁରେ ଥିବା ଦାଗ ଲିଭିଯିବା ସହ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ।

No Votes Yet

You're not rated yet