News

ଉଧେଇପାରୁନି ଓଡିଶା: ଦାଉ ସାଧୁଛି ପ୍ରକୃତି

ଓଡିଶା ଦେଶର ସବୁଠୁ ବାତ୍ୟା ପ୍ରବଣ ରାଜ୍ୟ

୧୯୯୯ ମହାବାତ୍ୟା   ଓଡ଼ିଶାକୁ ଧ୍ଵସ୍ତ ସ୍ତୂପରେ ପରିଣୀତ କରିଥିଲା। ପୋକ ମାଛି ପରି ମଣିଷ ମାରି ପଡିଥିଲେ ଏ ମହାବାତ୍ୟାରେ। ଏହାପରେ ବି ଓଡିଶା ଉପରୁ ପ୍ରକୃତିର କୋପ କମୁନି। ୨୦୧୩ ରେ ଫାଇଲିନ, ୨୦୧୮ରେ ତିତିଲି  ଓ ଏବେ ଫନି। ଏଥରର ବାତ୍ୟା ଫନି କିନ୍ତୁ ଅଣ୍ଟା ଭାଙ୍ଗିଦେଲା ଓଡିଶାର। ରାଜ୍ୟର କେତେ ହଜାର କୋଠିର କ୍ଷୟକ୍ଷତି କରିଦେଲା ତାହା ଆକଳନ କରିବା ସମ୍ଭବ ନୁହେଁ। କେବଳ ବାତ୍ୟା ନୁହେଁ, ବରମ୍ଭର ଓଡିଶା ଉପରେ ଦାଉ ସାଧୁଛି ପ୍ରକୃତି। କେବେ ବାତ୍ୟା, କେବେ ବନ୍ୟା ତ କେବେ ମରୁଡି ନେଇ ରଚାଉଛି ତାଣ୍ଡବଲୀଳା। ପ୍ରତି ଥର ଓଡିଶାର ମେରୁଦଣ୍ଡ ଉପରେ କରୁଛି ଶକ୍ତ ପ୍ରହାର।

ବାରମ୍ବାର ପ୍ରକୃତି ବିପର୍ଜ୍ୟୟ ପାଇଁ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସୁଛି ଓଡିଶା। ଇନଷ୍ଟଚୁଟ ଅଫ ଏକୋନିମିକ୍ସ ଗ୍ରୋଥର ଗବେଷଣାରୁ ଜଣାପଡିଛି, ୧୯୦୦ରୁ ୨୦୧୧ ମହିସା ମଧ୍ୟରେ ୫୯ଥର ବନ୍ୟା, ବାତ୍ୟା ଓ ମରୁଡି ୨୪ ଟି ବାତ୍ୟା ଓ ୪୨ ବର୍ଷ ମରୁଡି, ୧୪ ବର୍ଷ ଗ୍ରୀଷ୍ମପ୍ରବହ ଓ ସାତବର୍ଷ କାଳବୈଶାଖୀ ଭଳି ପ୍ରକୃତିକ ବିପର୍ଜ୍ୟୟ ସହି ଆସିଛି। ବାରମ୍ବାର ପ୍ରକୃତିକ ବିପର୍ଯ୍ୟୟ ଓଡିଶାର ଅର୍ଥନୀତିକୁ ଡାଲି ମକଚି ଦେଉଛି। ଓଡିଶା ଏବେବି ଦେଶର ଅନ୍ଯତମ ଗରିବ ରାଜ୍ୟ ହୋଇ ରହିବାର ଅନ୍ୟ ଏକ କାରଣ।
ପଢନ୍ତୁ: ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣ ଖୋଜିବ ଡ୍ରୋନ

Related posts

ଚାର୍ଜରେ ବସିଥିବା ବେଳେ ମୋବାଇଲ୍ ବ୍ୟାଟେରି ବିସ୍ଫୋରଣ : ଛାତ୍ରଙ୍କ ଆଖି ନଷ୍ଟ

ENO Beuro

ଅସିତ୍‌ ତ୍ରିପାଠୀ ହେଲେ ନୂଅା ଉନ୍ନୟନ କମିଶନର

ENO Beuro

ପରଲୋକରେ ବିଶିଷ୍ଟ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ

ENO Beuro

Leave a Comment