Featured

ମୁହଁର ବ୍ରଣ ପାଇଁ ଚିନ୍ତିତ କି ? ବ୍ରଣ ଦୂର କରିବା ପାଇଁ ଯାଣନ୍ତୁ କିଛି ପ୍ରାକୃତିକ ଘରୋଇ ଉପଚାର

ମୁହଁରେ ବ୍ରଣ ହେବା ଏକ ସ୍ଵାଭାବିକ ଲକ୍ଷଣ ।  ମୁହଁର ଚର୍ମ ଅପରିଷ୍କାର ହେଵା, ତେଲିଆ ହେଵା କିମ୍ବା ବୟସ ଦୋଷରୁ ବ୍ରଣ ଆସିଥାଏ । ଏହା ମୁହଁରେ ଦାଗ କରିଥାଏ ଏବଂ ଅସୁନ୍ଦର ବି କରିଥାଏ । ତେଣୁ ବ୍ରଣ ପାଇଁ ସଜାଗ ରହିବ ଦରକାର । ମୁହଁର ବ୍ରଣ ଦୂର କରିବା ପାଇଁ ଯାଣନ୍ତୁ କିଛି ପ୍ରାକୃତିକ ଘରୋଇ ଉପଚାର।

ମୁହଁର ବ୍ରଣ ଦୂର କରିବା ପାଇଁ ଘରୋଇ ଉପଚାର :

୧. କିଛି ପରିମାଣର ଲେମ୍ବୁ ରସ ଏବଂ ସମାନ ପରିମାଣର ତୁଳସୀ ପତ୍ର ରସକୁ ମିଶାଇ ଦିଅନ୍ତୁ | ଏହାକୁ ମୁହଁରେ ଲଗାଇ୧୦-୧୫ ମିନଟ ପରେ ମୁହଁ କୁ ଧୋଇ ଦିଅନ୍ତୁ |

୨. ୨ ଚାମଚ ଟମାଟୋ ରସ, ୧ ଚାମଚ କାକୁଡି ରସ, ଅଧା ଚାମଚ ଲେମ୍ବୁ ରସ ,୧ ଚାମଚ ହଳଦୀ ଗୁଣ୍ଡ ଏବଂ ୧ ଚାମଚ ବେସନକୁ ମିଶାଇ ମଲମ ତିଆରି କରନ୍ତୁ |ଏହି ମଲମ କୁ ମୁହଁରେ ଲଗାଇଲେ ବ୍ରଣ ଦୂର ହୁଏ |

୩. ଶୁଖିଲା ନିମ ଗଛ ପତ୍ରର ଗୁଣ୍ଡ , ମୁଲତାନି ମାଟି ଏବଂ ଗୋଲାପ ଜଳକୁ ମିଶାଇ ମଲମ ତିଆରି କରନ୍ତୁ |ପ୍ରତିଦିନ ଏହାକୁ ମୁହଁରେ ମାରିଲେ ବ୍ରଣ ଦୂର ହୁଏ |

୪. ଗଙ୍ଗଶିଉଳିର ମଞ୍ଜିକୁ ଗୁଣ୍ଡ କରନ୍ତୁ |ଶୋଇବା ପୂର୍ବରୁ ଏହାକୁ କ୍ଷୀରରେ ମିଶାଇ ମୁହଁରେ ଲଗାନ୍ତୁ| ସକାଳେ ଉଠିଲା ପରେ ମୁହଁ ଧୋଇ ଦିଅନ୍ତୁ |ଏହା ବ୍ରଣ ସହ ବ୍ରଣ ଦାଗ ବି ଦୂର କରିବ |

୫. କିଛି ପୁଦିନା ପତ୍ରକୁ ବାଟି ସେଥିରେ କିଛି ଦହି ମିଶାନ୍ତୁ |ଏହି ମିଶ୍ରଣକୁ ମୁହଁରେ ଲଗାଇଲେ ବ୍ରଣ ଦୂର ହୁଏ|

୬. ଗୋଟିଏ କଦଳୀକୁ ବାଟି କ୍ଷୀର ସହ ମିଶାଇ ମୁହଁରେ ଲଗାଇଲେ ଵ୍ରଣଦୁର ହୁଏ |ଏହା ବ୍ରଣ ପାଇଁ ଭଲ କାମ ଦିଏ |

୭. ଗୋଟିଏ କଦଳୀ କୁ ବାଟି ଏହାକୁ ତରଭୁଜ ରସ ସହ ମିଶାଇ ମୁହଁରେ ଲଗାନ୍ତୁ |ଏହା ବ୍ରଣ ପାଇଁ ବହୁତ ଭଲ ଉପଚାର |

୮. କିଛି ଗେଣ୍ଡୁ ଫୁଲର ପାଖୁଡାକୁ ଗରମ ପାଣିରେ କିଛି ସମୟ ଡୁବାଇ ରଖନ୍ତୁ |ତାକୁ ଛାଣି ମୁହଁରେ ମାଲିସ କରନ୍ତୁ | ୧୫ ମିନଟ ପରେ ମୁହଁକୁ ଟିକେ ଉଷୁମ ପାଣିରେ ଧୋଇ ଦିଅନ୍ତୁ |ଏହା ମଧ୍ୟ ବ୍ରଣ ପାଇଁ ଭଲ ଉପଚାର |

୯. କିଛି ତରଭୁଜ ମଞ୍ଜି କୁ ଗୁଂଡ କରନ୍ତୁ | ଏହାକୁ ପାଣିରେ ମିଶାଇ ମଲମ ତିଆରି କରନ୍ତୁ| ଏହି ମଲମକୁ ମୁହଁରେ ଲଗାନ୍ତୁ ଏବଂ ୧୫ ମିନଟ ପରେ ମୁହଁକୁ ଧୋଇ ଦିଅନ୍ତୁ |

୧୦. କିଛି ଶିମିଳି କଣ୍ଟା କୁ କ୍ଷୀର ରେ ଘୋରି ଲଗାଇଲେ ମଧ୍ୟ ବ୍ରଣ ରୁ ରକ୍ଷା ମିଳେ । ଏହାକୁ କିଛି ଦିନ କାଲେ ବ୍ରଣ ସହ ଦାଗ ମଧ୍ୟ ଦୂର ହୁଏ ।

୧୧. ସମାନ ପରିମାଣରେ ଲେମ୍ବୁ ରସ ଓ ମହୁ ମିଶାନ୍ତୁ |ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ| ୨୦-୨୫ ମିନଟ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ|ଏହା ମୁହଁରୁ ବ୍ରଣ ଏବଂ ତେଲିଆ ଅଂଶ ଦୂର କରିବ |

୧୨. ଲବଙ୍ଗକୁ ଚନ୍ଦନ ପେଡ଼ିରେ ଘୋରି ଲଗାଇଲେ ବ୍ରଣ ଦୂର ହୁଏ।

ମୁହଁର ବ୍ରଣ ପାଇଁ ଚିନ୍ତିତ କି ? ବ୍ରଣ ଦୂର କରିବା ପାଇଁ ଯାଣନ୍ତୁ କିଛି ପ୍ରାକୃତିକ ଘରୋଇ ଉପଚାର  ମୁହଁର ବ୍ରଣ ପାଇଁ ଚିନ୍ତିତ କି ? ବ୍ରଣ ଦୂର କରିବା ପାଇଁ ଯାଣନ୍ତୁ କିଛି ପ୍ରାକୃତିକ ଘରୋଇ ଉପଚାର

ଓଠ ର ସୌନ୍ଦର୍ଜ୍ୟ ବୃଦ୍ଧି ପାଇଁ ଯାଣତୁ କିଛି ପ୍ରାକୃତିକ ଉପଚାର

Related posts

ନିୟମିତ ଫଳାହାର କରୁଛନ୍ତି କି? ଜାଣନ୍ତୁ କେଉଁ ସମୟରେ ଖାଇବେ କେଉଁ ଫଳ

ENO Beuro

ଅଳ୍ପ ସମୟ ମଧ୍ୟରେ ଉଜ୍ଜଳ ତ୍ୱଚା, କର୍ମଜୀବି ମହିଳାମାନଙ୍କ ପାଇଁ ଘରୋଇ ଉପଚାର

ENO Beuro

ବଜେଟ୍ ଉପସ୍ଥାପନ ପରେ ମୋବାଇଲ୍-ଲାପଟପ୍ ହୋଇପାରେ ମହଙ୍ଗା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More