ସୁନ୍ଦର ନଖ ପାଇଁ କେତୋଟି ସରଳ, ପ୍ରକୃତିକ ଓ ଘରୋଇ ଉପାୟ ଉପରେ ଧ୍ୟାନ ଦିଅନ୍ତୁ

ସୁନ୍ଦର ନଖ ପାଇଁ କେତୋଟି ସରଳ, ପ୍ରକୃତିକ ଓ ଘରୋଇ ଉପାୟ ଉପରେ ଧ୍ୟାନ ଦିଅନ୍ତୁ

ଶରୀରକୁ ସୁନ୍ଦର କରିବା ପାଇଁ ଆମକୁ ଶରୀରର ସବୁ ଅଙ୍ଗ ଉପରେ ଧ୍ୟାନ ଦେବା ଉଚିତ । ସୁନ୍ଦର ନଖ ପ୍ରତି ମହିଳା ମାନଙ୍କର ଅହେତୁକ ଦୁର୍ବଳତା ରହିଥାଏ । ସେମାନେ ନଖକୁ ସୁନ୍ଦର କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ହାତର ସୈାନ୍ଦର୍ଯ୍ୟ ବୃଦ୍ଧି ପାଇଁ ନଖର ସୁନ୍ଦରତା ଉପରେ ମଧ୍ୟ ଅଧିକ ଧ୍ୟାନ ଦେବା ଦରକାର । ସୁନ୍ଦର ନଖ ପାଇଁ କେତୋଟି ସରଳ, ପ୍ରକୃତିକ ଓ ଘରୋଇ ଉପାୟ ଉପରେ ଧ୍ୟାନ ଦିଅନ୍ତୁ ।

୧- ଉଷୁମ ପାଣି, ଯେ କୌଣସି ସମ୍ପୋ ଓ ଲେମ୍ବୁ ରସ ମିଶାଇ ନଖକୁ ୪ ରୁ ୭ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ । ଏହାପରେ ପୁରୁଣା ବ୍ରଶ ରେ ଘଷି ଦିଅନ୍ତୁ ଓ ଥଣ୍ଡା ପାଣିରେ ନଖକୁ ଧୋଇ ତା ପରେ କୋଲ୍ଡ କ୍ରୀମ ଲଗାନ୍ତୁ । ଏପରି କଲେ ନଖର ମଇଳା ସଫା ହୋଇଯିବା ସହ ନଖର ସୈାନ୍ଦର୍ଯ୍ୟ ବୃଦ୍ଧିପାଏ ।

୨- ନଖକୁ ଅଧିକ ସୁନ୍ଦର କରିବା ପାଇଁ ତେଲ ମସାଜ କରିବା ଜରୁରୀ । ଶରୀର ରେ ତେଲ ମସଜ ସହ ନଖରେ ମଧ୍ୟ କରିବା ଦରକାରୀ । ବାରମ୍ବାର ସାବୁନ ରେ ହାତ ଧୋଇବା ଫଳରେ ହାତ ସହ ନଖ ମଧ୍ୟ ଶୁଖିଲା ହେଇଯାଏ । ତେଲ ମସାଜ ଦ୍ଵାରା ଏହା କୋମଳ ହୁଏ ।

୩- ନେଲ୍ କଟର ଓ ଫାଇଲର ସାହାଯ୍ୟରେ ନଖ କାଟିବା ଦରକାର । ଏହା ଦ୍ଵାରା ଆପଣ ନଖ କୁ ସୁନ୍ଦର କରି ରଖିପାରିବେ ।

୪- ଭଲ କମ୍ପାନି ର ନେଲ ପଲିଶ ବ୍ୟବହାର କରନ୍ତୁ । କାରଣ ଏହା ଦ୍ଵାରା ନଖ ଖରାପ ହେବାର ଚାନ୍ସ କମ ରହେ । ଏହାକୁ ଛଡାଇଲା ବେଳେ ମଧ୍ୟ ଭଲ ନେଲ ରିମୁଭର ବ୍ୟବହାର କରନ୍ତୁ ।

୫- ସବୁ ସହ, ନଖ କୁ ସୁସ୍ଥ ରଖିବାକୁ ଭଲ ଖାଦ୍ୟ ମଧ୍ୟ ଜରୁରୀ । ପ୍ରୋଟିନ, ଆୟରନ, କ୍ୟାଲ୍ସିୟମ ଯୁକ୍ତ ଖାଦ୍ୟ ବ୍ୟବହାର କରନ୍ତୁ । ଏହା ଦ୍ଵାରା ନଖ ସହ ଶରୀର ସୁସ୍ଥ ରହିବା ।

ସୁନ୍ଦର ନଖ ପାଇଁ କେତୋଟି ସରଳ, ପ୍ରକୃତିକ ଓ ଘରୋଇ ଉପାୟ ଉପରେ ଧ୍ୟାନ ଦିଅନ୍ତୁ

କଞ୍ଚା ପିଆଜ ର ଦରକାରୀ ଗୁଣ ବିଷୟରେ ଯାଣତୁ