26.1 C
Bhubaneswar
September 28, 2021
EnewsOdia.Com
ଦେଶ ବିଦେଶ

‘ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ’ ଉପରେ ଓହ୍ଲାଇଲା ଲଢୁଆ ବିମାନ ‘ତେଜସ୍‌ ଏଲ୍‌ସିଏ’ର ନୌସେନା ମଡେଲ୍‌

ଭାରତରେ ପ୍ରଥମଥର ଲାଗି  ‘ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ’ ଉପରେ ଓହ୍ଲାଇଛି ଲଢୁଆ ବିମାନ ତେଜସ୍‌ର ନୂଆ ମଡେଲ ଏଲ୍‌ସିଏ। ‘ଡିଆର୍‌ଡିଓ’ ଏବଂ ‘ଏଡିଏ’ ବିକଶିତ କରିଥିବା ଏହି ବିମାନକୁ ଆଜି ପୂର୍ବାହ୍ନ ୧୦: ୦୨ରେ କମାଣ୍ଡର୍‌ ଜୟଦୀପ ମାଓଲାଙ୍କର୍‌ ସଫଳତାର ସହ ‘ଆଇଏନ୍‌ଏସ୍‌ ବିକ୍ରମ’ ଉପରେ ସଫଳତାର ସହ ଅବତରଣ କରାଇଥିଲେ। ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ତେଜସ୍‌ ଲଢୁଆ ବିମାନର ଏହା ହେଉଛି ପ୍ରଥମ ନୌସେନା ମଡେଲ୍‌।

ଆରବ ସାଗରରେ ମୁତୟନ କରାଯାଇଥିବା ବିମାନବାହୀ ଜାହାଜ ‘ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ’ରେ ମୋଟ ୩୦ଟି ବିମାନ ରଖିବାପାଇଁ ସ୍ଥାନ ଥିଲାବେଳେ ଏବେ ମିଗ୍‌ ୨୯ର ନୌସେନା ମଡେଲ୍‌ ରହିଛି।

ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ତେଜସ୍‌ ଲଢୁଆ ବିମାନର ଏଲ୍‌ସିଏ ହେଉଛି ପ୍ରଥମ ନୌସେନା ମଡେଲ୍‌। ଗତ ସେପ୍ଟେମ୍ବର ମାସରେ ‘ଏଲ୍‌ସିଏ’ର ନୌସେନା ମଡେଲ୍‌କୁ ଗୋଆ ସାଗରକୂଳସ୍ଥିତ ଏକ ପରୀକ୍ଷଣ ପ୍ରତିଷ୍ଠାନରେ ସଫଳତାର ସହ ଅବତରଣ କରାଯାଇଥିଲା।

ପଢନ୍ତୁ: କାସିମ୍ ସୁଲେମାନୀ ହତ୍ୟା ପାଇଁ ନୋବେଲ୍ ପୁରସ୍କାର ମାଗିଲେ ଟ୍ରମ୍ପ

Related posts

ତାଲିବାନ ସହ ଭାରତର ପ୍ରଥମ ଔପଚାରିକ ବୈଠକ

Ratnamani Maharana

ଏଣିକି ଉତରାଖଣ୍ଡ ଲୋକ ପାଇବେ ଆଗୁଆ ଭୂକମ୍ପର ସୂଚନା

Ratnamani Maharana

ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ‘କେମ୍ ଛୋ, ଟ୍ରମ୍ପ’

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More