EnewsOdia.Com

ନବୀନ @ ୨୦ : ପାଞ୍ଚ ପାଳିର ସଫଳ ମୁଖ୍ୟମନ୍ତ୍ରୀ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଉତ୍ସବ। ଏନେଇ କଟକ ବାଲିଯାତ୍ରା ପଡିଆରେ ବ୍ୟାପକ ଆୟୋଜନ କରାଯାଇଛି।  ଏହି କାର୍ଯ୍ୟକ୍ରମରେ ବିଜେଡି ବିଧାୟକ, ମନ୍ତ୍ରୀ ଓ ସାଂସଦଙ୍କ ସହ ବହୁ ସଂଖ୍ୟାରେ କର୍ମୀ ଉତ୍ସବରେ ସାମିଲ ହେବେ।  ସେହିପରି ଆସନ୍ତାକାଲି ନବୀନ ସରକାରକୁ ବି ପୂରୁଛି ୨୦ ବର୍ଷ। ୨୦୦୦ ମସିହା ମାର୍ଚ୍ଚ ୫ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ।  ଏଥର ୧୫ ଦିନ ଧରି ବିଜୁ ଜୟନ୍ତୀ ପାଳନ ହେବ। ବ୍ଲକ, ପୌରାଂଚଳ ଓ ସବୁ ନିର୍ବାଚନ ମଣ୍ଡଳୀରେ ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ତାସହ ଦୁଇ ଦଶନ୍ଧି ଧରି ଦଳର ସଫଳ ଯାତ୍ରା ସଂପର୍କରେ ଲୋକଙ୍କୁ ଅବଗତ କରାଇବାକୁ ବି କୁହାଯାଇଛି। ଏପଟେ ୨୦ ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ନବୀନ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି।

ନବୀନଙ୍କ ଏହି ୨୦ବର୍ଷ ସମୟ ମଧ୍ୟରେ ଓଡ଼ିଶା ବହୁ କ୍ଷେତ୍ରରେ ସୁନାମ ଅର୍ଜନ କରିଛି, କିଛି କ୍ଷେତ୍ରରେ ବିବାଦକୁ ବି ଆସିଛି। ୨୦୦୦ ମସିହାରେ ନବୀନ ଶାସନର ଡୋରି ହାତକୁ ନେବା ବେଳକୁ ୧୯୯୯ ମହାବାତ୍ୟାରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା ଓଡ଼ିଶା। ଏବେ ବିପର୍ଯ୍ୟୟ ମୁକାବିଲା ପାଇଁ ଜାତିସଂଘଠାରୁ ପ୍ରଶଂସା ଗୋଟାଇଛି। ବଡ଼ କଥା ହେଲା, ନବୀନଙ୍କ ନେତୃତ୍ବ ପ୍ରତି ଆଞ୍ଚ ଆସିଥିଲେ ବି କ୍ଷତି କରି ପାରିନାହିଁ। ଶାସନକଳ ଦୃଢ଼ ରହିଛି, ବିଧାନସଭାରେ ସରକାରୀ ଦଳର ସଂଖ୍ୟା ଭଳି। ସାଂପ୍ରଦାୟିକ ଶାନ୍ତିରକ୍ଷା, କ୍ରୀଡ଼ାର ବିକାଶ ଏବଂ ଐତିହ୍ୟର ସୁରକ୍ଷା ସହ ରାଜନୈତିକ ସ୍ଥିରତା ଆଣିବା େକ୍ଷତ୍ରରେ ନବୀନ ନିଜ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିପାରିଛନ୍ତି। ଓଡ଼ିଶା ବି ବିକାଶ ଆଡ଼କୁ ମୁହାଁଇଛି।

ପଢନ୍ତୁ: ଭାଇରାଲ୍‌ ହେଉଛି କରୋନା ଭାଇରସ୍‌ ସଚେତନତା ବାର୍ତ୍ତା ବିଶିଷ୍ଟ ନୃତ୍ୟ

 

ସମ୍ବନ୍ଧିତ ଖବର

ଗୋଲାପୀ ଦିନରେ ବିବାହ କଲେ ଓଲିଉଡ୍‌ ଷ୍ଟାର୍ ଅମ୍ଳାନ

Ratnamani Maharana

ଦିଲ୍ଲୀ ନିର୍ବାଚନରେ ପୁଣି ବାଜି ମାରିନେଲା ଆପ୍‌

Ratnamani Maharana

କଦଳୀ କାନ୍ଧି ଭିତରେ ଜମୁଛି ବ୍ରାଉନ୍ ସୁଗର ଚାଲାଣ

Ratnamani Maharana

ଉଦ୍‌ଘାଟିତ ହେଲା ଆଦିବାସୀ ମେଳା ୨୦୨୦

Ratnamani Maharana

ଆରମ୍ଭ ହେଲା ବାଲିଯାତ୍ରା, ଆଠ ଦିନ ଦୁଲୁକିବ କଟକ

Ratnamani Maharana

ଡ୍ରୋନ୍‌ ଦ୍ବାରା ଆରମ୍ଭ ହେଲା ସୂର୍ଯ୍ୟମନ୍ଦିରର ଲେଜର୍‌ ସ୍କାନିଂ

Ratnamani Maharana