News

ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ଲୋକଙ୍କୁ ଜବାବ ଦେଲେ ନବୀନ

ଓଡିଶାର ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ   ବହୁ ସମୟରେ ସମାଲୋଚନା  ଶୁଣିବାକୁ ପଡିଛି। କେତେବେଳେ ତାଙ୍କ ଶାରୀରିକ ଫିଟନେସ କୁ ହେଉ ତ କେତେବେଳେ ତାଙ୍କ ଓଡିଆ ଭାଷାକୁ ନେଇ। ବର୍ତମାନ ଆଉ ଏକ ବିଷୟ ଏହି ସମଲୋଚନା ତାଲିକାରେ ଯୋଡି ହୋଇଯାଇଛି ତାହା ହେଉଛି ଯଦି ନବୀନଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକ ନଥାଏ ତେବେ ଓଡିଶାର ବିଜେଡ଼ିର ଉତ୍ତରାଧିକାରୀ  ହେବ କିଏ!! ଏହି ସବୁ ସମାଲୋଚାନର ଅନ୍ତ କରିବା ପାଇଁ ନବୀନ ସାମ୍ବାଦିକ ଆଗରେ ଦେଇଛନ୍ତି ଏହି ସବୁ ପ୍ରଶ୍ନର ଜବାବ।

ମୁଁ ଏବେ ସମ୍ପୂର୍ଣ ସୁସ୍ଥ

ନିକଟରେ ନବୀନଙ୍କୁ ଶାରୀରିକ ଅସୁସ୍ଥତା ନେଇ ପ୍ରଚାର ହୋଇଥିଲା। ଏହାର ଜବାବରେ ନବୀନ ଜାରି କରିଥିଲେ ଏକ ଫିଟନେସ ଭିଡିଓ  ଯେଉଥିରେ ନବୀନଙ୍କୁ ଦେଖାଯାଇଥିଲା ଏକ ଭିନ୍ନ ରୂପରେ। ଏହି ଭିଡିଓରେ ପରୋକ୍ଷରେ ସେ ପୁରା ଫିଟ ଥିବା ବାର୍ତ୍ତା ଦିଆଯାଇଥିଲା।

ମୁଁ ଏବେ ଭଲ ଓଡ଼ିଆ କହିପାରେ : ନବୀନ ପଟ୍ଟନାୟକ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଆ କହିପାରୁ ନାହାନ୍ତି। ରାଜ୍ୟର ପ୍ରମୁଖ ବିରୋଧୀ ଦଳମାନେ ଏପରି ଅଭିଯୋଗ ବାରମ୍ୱାର କରିଆସୁଛନ୍ତି।ଏକ ଜାତୀୟ ଟିଭି ଚ୍ୟାନେଲ୍‌କୁ ସାକ୍ଷାତକାର ଦେବା ଅବସରରେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି। ସେ ଓଡ଼ିଆ କହିପାରୁନଥିବା ନେଇ ସମାଲୋଚନା ପ୍ରସଙ୍ଗରେ କହିଛନ୍ତି-“ସେମାନେ ଭୁଲ୍ କହୁଛନ୍ତି। ମୁଁ ଭଲ ଓଡ଼ିଆ କହିପାରେ।”

ବିଜେଡିର ଉତ୍ତରାଧିକାରୀ ଲୋକେ ବାଛିବେ

ବିଜେଡିର ଉତ୍ତରାଧିକାରୀ ପ୍ରସଙ୍ଗରେ ନବୀନ କହିଛନ୍ତି-“ଏବେ ମୁଁ ସମ୍ପୂର୍ଣ୍ଣ ଫିଟ୍ ଅଛି। ଉପଯୁକ୍ତ ସମୟରେ ଲୋକେ ନେତା ବାଛିବେ । ଭଉଣୀ ଗୀତା ମେହେଟ୍ଟାଙ୍କର ରାଜନୀତିକୁ ଆସିବାର ନାହିଁ।”
ପଢନ୍ତୁ: ଭାରତ ପୁଣି କରିପାରେ ପାକିସ୍ତାନ ଉପରେ ଆକ୍ରମଣ: ପାକିସ୍ତାନ ଏବେ ଭୟରେ

Related posts

ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର,୬ ଆତଙ୍କବାଦୀ ନିହତ

ENO Beuro

ଦିଲ୍ଲୀରେ ଚାଲିବ କାହାର ହୁକୁମ? ଆଜି ସୁପ୍ରୀମକୋର୍ଟରୁ ଆସିଲା ରାୟ

ENO Beuro

ରାଞ୍ଚିଠାରେ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment