POLITICALS

ପୋଲାଭରମ ପ୍ରକଳ୍ପ ବନ୍ଦ କରିବାକୁ ମୋଦିଙ୍କୁ ନବୀନଙ୍କ ଚିଠି

Untitled 1

ଆନ୍ଧ୍ରପ୍ରଦେଶ ସରକାର ନିର୍ମାଣ କରୁଥିବା ପୋଲାଭରମ୍ ପ୍ରକଳ୍ପ  ଦ୍ବାରା ମାଲକାନାଗିରି ଜିଲ୍ଲାର ଲୋକମାନେ ପ୍ରଭାବିତ ହେବେ। ଆଦିବାସୀ ଅଧ୍ୟୁଷିତ ଗାଁଗୁଡ଼ିକ ଜଳମଗ୍ନ ହୋଇଯିବ। ଏହାଦ୍ବାରା ସେଠାକାର ମୂଳବାସିନ୍ଦାମାନଙ୍କୁ ସ୍ଥାନାନ୍ତର କରିବାକୁ ହେବ। ବହୁ କୃଷି ଜମି ଓ ଜଙ୍ଗଲ ଜଳମଗ୍ନ ହୋଇଯିବ। ଏହି କାରଣ ଯୋଗୁଁ ଓଡ଼ିଶା ପୋଲାଭରମ୍ ପ୍ରକଳ୍ପକୁ ବିରୋଧ କରି ଆସୁଛି। ଅପରପକ୍ଷେ ଏହି ପୋଲାଭରମ୍ ପ୍ରକଳ୍ପ ପାଇଁ ମାଲକାନାଗିରି ଜିଲ୍ଲାର ପ୍ରଭାବିତ ଲୋକଙ୍କୁ ନେଇ ଜନ ଶୁଣାଣି ନ କରି ଏହି ପ୍ରକଳ୍ପକୁ ପରିବେଶ ଅନୁମତି ଦିଆଯାଇଛି। ତେଣୁ ସମସ୍ତ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଏହି ପ୍ରକଳ୍ପ ନିର୍ମାଣ ଉପରେ ରୋକ୍‌ ଲଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ସରକାରଙ୍କ ମତ ନନେଇ ବିଭିନ୍ନ ସମୟରେ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରାଳୟ । ନବୀନ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଦୁଇ ବର୍ଷ ପାଇଁ ପୁଣିଥରେ କାର୍ଯ୍ୟବନ୍ଦ ନିର୍ଦ୍ଦେଶକୁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ  ସ୍ଥଗିତ ରଖିଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲାର ପ୍ରଭାବିତ ଅଂଚଳରେ ଜନଶୁଣାଣି ନକରି ୨୦୦୫ରେ ପ୍ରକଳ୍ପ ପାଇଁ ପରିବେଶ ମଂଜୁରୀ ଦିଆଯାଇଥିଲା । ସେହିପରି ପ୍ରକଳ୍ପର ଡିଜାଇନ୍ ପରିବର୍ତନ ନିଷ୍ପତି ଜନଶୁଣାଣି ପରେ ନିଆଯିବା ଉଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପଢନ୍ତୁ: ଇନ୍ଦୋର ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ନେଇ ମୋଦିଙ୍କ କଡା ଆଭିମୁଖ୍ୟ

Related posts

ବିଜେପିର ମିଶନ ୧୨୦: ୧୫ରେ ସମ୍ବଲପୁର ଆସିବେ ଅମିତ ସାହ 

ENO Beuro

ବିଜେଡ଼ିର ୩ ରାଜ୍ୟସଭା ପ୍ରାର୍ଥୀ : ସୋମ୍ୟରଞ୍ଜନ, ପ୍ରଶାନ୍ତ , ଅଚ୍ୟୁତଙ୍କ ନାମ ଘୋଷଣା କରିଛନ୍ତି ନବୀନ

ENO Beuro

ଇନ୍ଦୋର ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ନେଇ ମୋଦିଙ୍କ କଡା ଆଭିମୁଖ୍ୟ

Ratnamani Moharana

Leave a Comment