POLITICALS

ଆଜି ସଂଧ୍ୟାରେ ନବୀନ ଓ ଅମିତ୍ ଶାହାଙ୍କ ରୋଡ ସୋ: ସିଲଭର୍ ସିଟିରେ ହେବ ହାଇଭୋଲଟେଜ୍ ଟକ୍କର

ତୃତୀୟ ପର୍ଯ୍ୟାୟ ନିର୍ବାଚନ  ପାଇଁ ଆଉ ରହିଲା ମାତ୍ର କେଇଟା ଦିନ। ରାଜନୈତିକ ଦଳମାନେ ଏବେ ପୁରା ଜୋରସେ ଲାଗିପଡିଛନ୍ତି ନିର୍ବାଚନୀ ପ୍ରଚାରରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା ବାରମ୍ବାର ଆସୁଛନ୍ତି ଓଡିଶା ଗସ୍ତରେ। ଜନତାଙ୍କୁ ଦେଇଚାଲିଛନ୍ତି ଅନେକ ପ୍ରତିଶ୍ରୁତି । ଆଜି ପ୍ରଚାରରେ କମ୍ପିବ କଟକ । ପ୍ରଚାର ମଇଦାନରେ ହେବ ହାଇଭୋଲଟେଜ୍ ଟକ୍କର । ଗୋଟିଏ ଦିନରେ ବିଜେଡି ଓ ବିଜେପିର ଦୁଇ ହେଭିୱେଟ୍ ଷ୍ଟାର କ୍ୟାମ୍ପେନଙ୍କ ରୋଡ୍ ଶୋ କୁ ନେଇ  କଟକର ନିର୍ବାଚନୀ ମାହୋଲ ସରଗରମ୍ ।

ଓଡିଶାର ସୁପ୍ରିମୋ ତଥା ନବୀନ ପଟ୍ଟନାୟକ  ସନ୍ଧ୍ୟାରେ କଟକରେ ରୋଡ୍‌ ଶୋ’ କରିବେ। ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ କଟକରୁ ଆରମ୍ଭ ହୋଇ ଭୁବନେଶ୍ୱରରେ ଶେଷ ହେବ। ବିଜେଡି ପ୍ରାର୍ଥୀଙ୍କୁ ଅଧିକ ଶକ୍ତିଶାଳୀ କରିବା ଓ କର୍ମୀମାନଙ୍କୁ ଉତ୍ସାହିତ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵତନ୍ତ୍ର ବସ୍ ରୋଡ ସୋ କରିବେ। ସନ୍ଧ୍ୟାରେ ଅମିତ୍‌ ଶାହ  କଟକ ବକ୍ସିବଜାରରୁ ରୋଡ୍ ଶୋ’ ରେ ବାହାରିବେ। ପରେ ତିନିକୋଣିଆ ବଗିଚା, ବାଲୁ ବଜାର ଓ ଶେକ୍ ବଜାର ଆଦି ଅଞ୍ଚଳରେ ବୁଲି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିବେ।

ଗୋଟିଏ ଦିନରେ ବିଜେଡି ଓ ବିଜେପିର ଦୁଇ ଷ୍ଟାର୍ କ୍ୟାମ୍ପନରଙ୍କ ପ୍ରଚାରକୁ ନେଇ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ୩୫ପ୍ଲାଟୁନ୍‍ ଫୋର୍ସ ସହ ୨୫ଜଣ ଅଫିସର ମୁତୟନ ରହିବେ ।ଉଭୟ ନେତାଙ୍କ ରୋଡ-ଶୋ ଦେଖିବା ପାଇଁ ପ୍ରବଳ ଜନସମାଗମ  ହେବା ସହିତ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ରହିଛି। ତେଣୁ ନିର୍ଦ୍ଧାରିତ ରୁଟରେ କାର୍ଯ୍ୟକ୍ରମ ଆରମ୍ଭର ୧ଘଣ୍ଟା ପୂର୍ବରୁ ୱାନ ୱେ ଟ୍ରାଫିକ୍‍  ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି।

Related posts

କଂଗ୍ରେସର ବରିଷ୍ଠ ନେତା ଗୁରୁଦାସ କାମତଙ୍କ ପରଲୋକ

ENO Beuro

ବିଜେପି ଚାପରେ “କାଳିଆ”ବନ୍ଦ: ବିଜେଡ଼ି

Ratnamani Moharana

ସୋନିଆଙ୍କ ରାତ୍ର ଭୋଜନରେ ରାଜନୀତି : ସାମିଲ ହେଲେ ୧୯ ବିରୋଧୀ ଦଳ ନେତା

ENO Beuro

1 comment

Leave a Comment