EnewsOdia.Com

ଚାରିଟି ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ନିର୍ବାଚନ ଲାଗି ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ଭାବେ ସୁବାସ ସିଂହ, ସୁଜିତ କୁମାର, ମମତା ମହାନ୍ତ ଓ ମୁନ୍ନା ଖାଁଙ୍କ ନାମ ଘୋଷଣା କରିଛନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୭ଟି ରାଜ୍ୟର ୫୫ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି। ଖାଲି ହେଉଥିବା ୫୫ଟି ଆସନ ମଧ୍ୟରୁ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ରହିଛି। ୨୬ରେ ହେବ ରାଜ୍ୟସଭା ନିର୍ବାଚନ।

ରାଜ୍ୟ ଉନ୍ନୟନ ପରିଷଦର ଏବେ ଉପଦେଷ୍ଟା ଅଛନ୍ତି କଳାହାଣ୍ଡିର ସୁଜିତ୍‌ କୁମାର । ସେହିପରି ସୁବାସ ସିଂହ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଥିଲେ । ମୁନ୍ନା ଖାଁ ପୂର୍ବରୁ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି । ମୟୂରଭଞ୍ଜ ବିଜେଡି ମହିଳା ଶାଖା ଦାୟିତ୍ୱରେ ମମତା ମହନ୍ତ ଥିବା ବେଳେ ରାଜ୍ୟସଭା ପାଇଁ ତାଙ୍କ ନାଁରେ ମୋହର ମାରିଛନ୍ତି ନବୀନ । ପ୍ରାର୍ଥୀ ଚୟନରେ ପଶ୍ଚିମ, ଉପକୂଳ ଓ ଉତ୍ତର ଓଡ଼ିଶା, ମହିଳା ଓ ସଂଖ୍ୟାଲଘୁ ବର୍ଗକୁ ପ୍ରାଧାନ୍ୟ ଦିଆଯାଇଛି । ଅଙ୍କ ଦୃଷ୍ଟିରୁ ବିଜେଡିର ୩ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି । ତେବେ ଚତୁର୍ଥ ଆସନ ବି ବିଜେଡି ଖାତାକୁ ଯିବାର ବହୁ ସମ୍ଭାବନା ରହିଛି ।

 

ପଢନ୍ତୁ: କରୋନାକୁ ନେଇ ହେଉଥିବା ଅପପ୍ରଚାରରୁ ଦୂରେଇ ରୁହନ୍ତୁ: ମୋଦି

ସମ୍ବନ୍ଧିତ ଖବର

କେରଳରୁ ଚିହ୍ନଟ ହେଲେ ଭାରତର ପ୍ରଥମ କରୋନା ଭାଇରସ୍‌ ଆକ୍ରାନ୍ତ

Ratnamani Maharana

ଶୁକ୍ରବାର ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ

Ratnamani Maharana

ପରୀକ୍ଷା ହଲ୍‌ରେ ସେଲ୍‌ଫି

Ratnamani Maharana

ରାନୀ ପଣ୍ଡାଙ୍କୁ ମନା ଖଣ୍ଡଗିରି ଯାତ୍ରା

Ratnamani Maharana

ଏବେ ଡମ୍ପିଂୟାର୍ଡରେ ନପଡି କମ୍ପୋଷ୍ଟ ସେଣ୍ଟରରେ ପଡିବ ଅଳିଆ

Ratnamani Maharana

‘ଯେତେ ମାରିବ ହର୍ଣ୍ଣ, ଟ୍ରାଫିକରେ ସେତେ ଅଧିକ କରିବ ଅପେକ୍ଷା

Ratnamani Maharana