News

ପ୍ରତିଷ୍ଠା ଦିବସରେ ନବୀନଙ୍କ ପାଲଟା ଆକ୍ରମଣ: ଓଡିଶାବାସୀଙ୍କ ହକ୍ ପାଇଁ ଆନ୍ଦୋଳନ ଜାରି ରହିବ

nabin

 ଓଡିଶା ପାଇଁ କଂଗ୍ରେସ,ବିଜେପିର ଦରଦ ନାହିଁ

ଓଡ଼ିଶା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ଟାଗେର୍ଟ କରି ପଚାରିଥିବା ୮ଟି ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ନବୀନ ଓଲଟା କେନ୍ଦ୍ର ସରକାରଙ୍କ ଅବହେଳାର ୯ଟି ପ୍ରସଙ୍ଗ ଉତଥାପନ କରିଛନ୍ତି। ଏହି ୯ଟି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ସଫଳତା ବୋଲି କଟାକ୍ଷି କରିବା ସହ ଘରେ ଘରେ ପହଞ୍ଚାଇବାକୁ ଆହ୍ବାନ କରିଥିଲେ। ଏସବୁ ପ୍ରଶ୍ନର ଜବାବ ଓଡ଼ିଶା ମାଗୁଛି ବୋଲି ନବୀନ କହିଛନ୍ତି।

nabin

ନବୀନ କହିଥିଲେ, ରାଉରକେଲାରୁ କଟକ ଆସିବା ବେଳେ ସମ୍ବଲପୁର ପର୍ଯ୍ୟନ୍ତ ‘ବିଜୁ ଏକ୍ସପ୍ରେସ୍‌ ‌ବେ ’ କାହାର ରାସ୍ତାର ବୋର୍ଡ ଦେଖିବା ଦରକାର ନାହିଁ। କାରଣ ଏହା ରାଜ୍ୟ ସରକାରଙ୍କର ଅବଦାନ। ଅଥଚ ସମ୍ବଲପୁର ଆଗକୁ ଜାତୀୟ ରାଜପଥ ଅବସ୍ଥା ନକହିଲେ ଭଲ। ବାରିପଦା-ଦେବଗଡ଼ ତଦ୍ରୂପ। ଉପକୂଳ ରାଜପଥ ପାଇଁ ସାେଢ଼ ଚାରିବର୍ଷ ହୋଇଗଲା , ଓଡ଼ିଶା ଅପେକ୍ଷା କରିଛି।

ସେପଟେ ସାରା ରାଜ୍ୟରେ କଂଗ୍ରେସ ପାଳିଛି କଳା ଦିବସ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ଧୂଳିସାତ କରିଥିବା ଦଳର ଅଭିଯୋଗ। ପିଠା ଓ ଆମ ଗାଁ ଆମ ବିକାଶ କାର‌୍ୟ୍ୟକ୍ରମ ମାଧ୍ୟମରେ ପଞ୍ଚାୟତର କ୍ଷମତାକୁ ସଂକୁଚିତ କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି। କଂଗ୍ରେସର କଳା ଦିବସ, ବିଜେଡି କେନ୍ଦ୍ରଠାରୁ ଜବାବ ମାଗୁଛି, ବିଜେପି ରାଜ୍ୟଠାରୁ ଜବାବ ମାଗୁଛି। ଏହି ରାଜନୀତି ସୂଚାଉଛି ଆଗକୁ ନିର୍ବାଚନ ଋତୁ ଆସୁଛି।

ପଢନ୍ତୁ; ନୂଆ ବର୍ଷରେ ନୂଆ ଅବଢା ଦର, ଆରମ୍ଭ ହେବ ଅନଲାଇନ ଟିକେଟ ଦର୍ଶନ ବ୍ୟବସ୍ଥା

Related posts

କାକଟପୁର ବିଜେପି ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଆକ୍ରମଣ

Ratnamani Moharana

ଏ ମାଟିର ରାଣ, ଦେଶକୁ ନଇଁବାକୁ ଦେବିନାହିଁ: ନରେନ୍ଦ୍ର ମୋଦି

ENO Beuro

କାବୁଲରେ ଆତ୍ମଘାତୀ ବିସ୍ଫୋରଣ, ୫୦ ମୃତ

ENO Beuro

Leave a Comment