POLITICALS

ଆଜି ପୁରୀରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମରାଥନ୍ ପ୍ରଚାର

ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ  ପରେ ଏବେ ଅପେକ୍ଷା ତୃତୀୟ ଓ ଚତୁର୍ଥ  ପର୍ଯ୍ୟାୟ ମତଦାନକୁ। ତେବେ ନିର୍ବାଚନ ପ୍ରଚାରରେ ଜୋରସୋରରେ  ଲାଗିପଡିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ପୁରୀରେ ମାରଥନ  ପ୍ରଚାର କରିବେ ନବୀନ।  ରଣପୁର, ବାଣପୁର ଓ ଚିଲିକାରେ ନିର୍ବାଚନୀ ସଭାରେ ଯୋଗଦେବା ସହିତ ସାଧାରଣ ଜନତାଙ୍କୁ ଉଦବୋଧନ ଦେବେ । ଏଥିସହିତ ସାତପଡା ଓ ପୁରୀରେ ମୁଖ୍ୟମନ୍ତ୍ରୀ ରୋଡ ସୋ  କରିବାର କାର୍ଯ୍ୟକ୍ରମ ରହିଛି। । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସ୍ଥାନୀୟ ବିଜେଡି ନେତା ଓ କର୍ମୀ ବେଶ୍ ଉତ୍ସାହିତ।

ପୂର୍ବପରି ହାଇଟେକ୍‌ ବସରେ  ପ୍ରଚାର କରିବେ ନବୀନ । ଏହାପରେ ଅପରାହ୍ନ ୩ଟାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ   କରି ପୁରୀରୁ ରୋଡ୍‌ ସୋରେ ଭୁବନେଶ୍ୱର ଅଭିମୁଖେ ଆସିବେ । ଏତିକିବେଳେ ସତ୍ୟବାଦୀ, ପିପିଲି ନିର୍ବାଚନ ମଣ୍ଡଳୀରେ ନବୀନଙ୍କ ପ୍ରଚାର ବସ୍‌ ବୁଲିବ ବୋଲି କହିଛନ୍ତି  ବିଜେଡ଼ି କର୍ମକର୍ତ୍ତା।

ପଢନ୍ତୁ: ଇଭିଏମ୍‌ ଭାଙ୍ଗି ଜେଲ୍ ଗଲେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ

Related posts

ବିଜେଡ଼ିକୁ ପ୍ରତ୍ୟୁଷାଙ୍କ ଧମକ: ଦଳୀୟ ଟିକେଟ ବିନା ମଧ୍ୟ ନୟାଗଡ଼ରୁ ଲଢିବି

Ratnamani Moharana

ବିଜେଡି ନେତା ଯଶୋବନ୍ତ ହତ୍ୟା ଘଟଣାର ପର୍ଦାଫାସ: ଠିକା କାମକୁ ନେଇ ହୋଇଥିଲା ହତ୍ୟା!

ENO Beuro

ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ

ENO Beuro

1 comment

Leave a Comment