POLITICALS

ହିଞ୍ଜିଳି ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ

ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଆଜିଠାରୁ ଆରମ୍ଭ ହେଲା ପାର୍ଥୀପତ୍ର ନାମାଙ୍କନ ଦାଖଲ  ପ୍ରକ୍ରିୟା। ଏହାର ଶୁଭାରମ୍ଭ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ହିଂଜିଳି ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ରିରର୍ଣ୍ଣିଂ ଅଫିସର ତଥା ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସମୟରେ ବିଜେଡିର ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ପଞ୍ଚମ ଥର ପାଇଁ ସେ ହିଞ୍ଜିଳି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ନବୀନ  ଏଠାରୁ ଲଗାତର ୪ ଥର ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା  କଡାକଡି କରାଯାଇଛି । ୨୦୦୦ ମସିହାରୁ ନବୀନ ଏହି ଆସନରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି।ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ |

ପଢନ୍ତୁ: ବିଜେପିର ନୂଆ ପ୍ରାର୍ଥୀ: ବଲିଉଡର ଷ୍ଟାର ସନ୍ନି ଦେଓଲ

Related posts

ଶତୃଘ୍ନଙ୍କ ଟିକଟ କଟିଲା ଏନଡିଏ: ନିଉଟନଙ୍କ ନିୟମ ଭଳି ଜବାବ ଦେବେ ଶତୃଘ୍ନ

Ratnamani Moharana

ବିଜେଡି ରେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗରଙ୍କ ଗୃହ ପ୍ରବେଶ

Ratnamani Moharana

ଜେଲରୁ ବାହାରିଲେ ଜୟନାରାୟଣ ମିଶ୍ର

ENO Beuro

Leave a Comment