News

ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ନବୀନ,ଓଡିଶାବାସୀଙ୍କ ମଙ୍ଗଳ କାମନା କଲେ

ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସଡ଼କ ପଥରେ ଆସି ମଧ୍ୟାହ୍ନ ୧୨ଟା ୧୩ରେ ସିଂହଦ୍ୱାର ନିକଟରେ ପହଞ୍ଚତ୍ଥିଲେ। ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲାପାଳ ଜ୍ୟୋତିପ୍ରକାଶ ଦାସ, ଏସ୍‌ପି ସାର୍ଥକ କୁମାର ଷଡ଼ଙ୍ଗୀ, ବିଧାୟକ ସଞ୍ଜୟ ଦାସବର୍ମା, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ, ପୂର୍ବତନ ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ସିଂହଦ୍ୱାର ନିକଟରେ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ।

nabin

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନୂଆବର୍ଷରେ ଅଭିନନ୍ଦନ ଜଣାଇଛନ୍ତି । ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧିର କାମନା କରିଛନ୍ତି । ରାଜ୍ୟବାସୀଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ ହେଉ ବୋଲି ସେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । 2019 ନୂଆ ବର୍ଷ ଆନନ୍ଦ ଉଲ୍ଲାସରେ ପାଳନ କରିବା ପାଇଁ ଟ୍ୱିଟ୍‌ କରି ସେ ପ୍ରକାଶ କରିଛନ୍ତି ।

ଏହାପରେ ସ୍ୱର୍ଗଦ୍ୱାରକୁ ଯାଇ ସେ ବିଜୁ ପଟ୍ଟନାୟକଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ପଢନ୍ତୁ; ସାବରିମାଲା ମନ୍ଦିରରେ ପ୍ରବେଶ କଲେ ଦୁଇ ମହିଳା,ଭାଙ୍ଗିଲା ଶହ ଶହ ବର୍ଷର ପୁରୁଣା ପରମ୍ପରା

Related posts

ଚୀନର ବାଦଶାହା ଜିନ୍‌ପିଙ୍ଗ୍‌ ହେବେ ଆଜୀବନ ରାଷ୍ଟ୍ରପତି !

ENO Beuro

ପୁରୀ-ଭୁବନେଶ୍ୱର ମଧ୍ୟରେ ବସ୍ ଚଳାଚଳ ବନ୍ଦ

ENO Beuro

ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ ବନ୍ଦ,ଜଳସ୍ତର ୬୧୦.୨୭ ଫୁଟ୍‌

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More