Loading...

ଆରମ୍ଭ ହେଲା ଗର୍ଭବତୀ ଓ ପୁଷ୍ଟିହୀନ ପିଲାଙ୍କ ସ୍ୱାସ୍ଥ୍ୟର ବିକାଶ ପାଇଁ "ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା"

ଆରମ୍ଭ ହେଲା ଗର୍ଭବତୀ ଓ ପୁଷ୍ଟିହୀନ ପିଲାଙ୍କ ସ୍ୱାସ୍ଥ୍ୟର ବିକାଶ ପାଇଁ "ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା"

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି ।‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ମାଧ୍ୟମରେ ୧୫ରୁ ୧୯ ବର୍ଷ ବୟସର ସମସ୍ତ କିଶୋରୀ ବାଳିକାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯିବ । ଏଥିସହିତ ଗର୍ଭବତୀ ମହିଳା, ପ୍ରସୂତୀ ମା’ଙ୍କୁ ଅଧିକ ଶୁଖିଲା ଖାଦ୍ୟ, ଅତିଶମ କମ୍ ଓଜନନର ପିଲା ଓ ମଧ୍ୟମ ପୁଷ୍ଟୀହୀନ ପିଲାଙ୍କୁ ଭିଟାମିନଯୁକ୍ତ ଛତୁଆ, ଅଣ୍ଡା ପ୍ରଦାନ କରାଯିବ । ଅତିଶୟ ପୁଷ୍ଟିହୀନ ପିଲାଙ୍କୁ ସମ୍ପୂର୍ଣ୍ଣ ଆହାର ପ୍ରଦାନ କରାଯିବ ।

ସୂଚନାନୁସାରେ, ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି ।ପଡା ପୁଷ୍ଟି’ ଯୋଜନାରେ ଦୁର୍ଗମ ତଥା ଆଦିବାସୀ ଅଞ୍ଚଳର ପିଲାମାନଙ୍କୁ ସେମାନଙ୍କ ପଡା ତଥା ଗ୍ରାମରେ ଉତ୍ତମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.