EnewsOdia.Com

ଜନଗଣନା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନଗଣନାର ପ୍ରାଥମିକ ତାଲିକା ପ୍ରସ୍ତୁତ ପାଇଁ ଯେଉଁ ଅବଧି ସ୍ଥିର କରାଯାଇଛି, ସେଥିରେ ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କଲେ। ଏପ୍ରିଲ ୧ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଜନଗଣନାର ପ୍ରାଥମିକ କାର୍ଯ୍ୟ ସାରିବାକୁ କେନ୍ଦ୍ର ବିଜ୍ଞପ୍ତିରେ ଉଲ୍ଲେଖ ଥିଲା। କରୋନା ଭାଇରସର ମୁକାବିଲା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିବାରୁ ଏଥିରେ ପରିବର୍ତ୍ତନ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ଜନଗଣନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସାରିବାକୁ ସାରା ଦେଶରେ ୩୦ ଲକ୍ଷ କର୍ମଚାରୀଙ୍କର ଆବଶ୍ୟକତା ରହିଛି। ଏମାନଙ୍କର ଟ୍ରେନିଂ ଠାରୁ ଆରମ୍ଭ କରି ଫିଲଡ଼ ଭିଜିଟ ଜରିଆରେ ତଥ୍ୟ ସଂଗ୍ରହ ଉପରେ କରୋନା ଭାଇରସ ବିପଦ ରହିଛି। ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଏବେ କରୋନା ସଂକ୍ରମଣକୁ ଆଖିରେ ସେହି କାମରେ ଲାଗି ପଡ଼ିଛନ୍ତି। ତେଣୁ ପୂର୍ବ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କେନ୍ଦ୍ରକୁ ଏହି ଚିଠି ଲେଖାଯାଇଛି।

ପଢନ୍ତୁ: ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ କମଳନାଥ

ସମ୍ବନ୍ଧିତ ଖବର

ଜାପାନରେ ‘ହଗିବିସ୍’ର ତାଣ୍ଡବ

Ratnamani Maharana

ଭୋଡ଼ାଫୋନ୍‌ କର୍ମଚାରୀଙ୍କୁ ଶୁକ୍ରବାର ମିିଳିବ ଅଧା ଛୁଟି

Ratnamani Maharana

ଚନ୍ଦ୍ର ଯାତ୍ରା ପାଇଁ ‘ଗାର୍ଲଫ୍ରେଣ୍ଡ୍‌’ ଖୋଜୁଛନ୍ତି ଜାପାନୀ କୋଟିପତି

Ratnamani Maharana

ବଢ଼ିଲା +୨ ପ୍ରାକ୍ଟିକାଲ ପରୀକ୍ଷା ଫି’, ଥିଓରି ପରୀକ୍ଷା ଫି’ ଅପରିବର୍ତ୍ତିତ

Ratnamani Maharana

ପୁଣି ବଢ଼ିଲା ପାନ୍-ଆଧାର ଲିଙ୍କ୍ ଅବଧି

Ratnamani Maharana

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାନେ ହେବେ ଦେଶର ପରବର୍ତ୍ତୀ ସେନା ମୁଖ୍ୟ

Ratnamani Maharana