News

କଂଗ୍ରେସ, ବିଜେପି ଉପରେ ବର୍ଷିଲେ ନବୀନ,”ଋଣ ଛାଡ଼ ଦେଶକୁ ଦେବାଳିଆ କରିଦେବ”

naveen

ଋଣଛାଡ଼ ଆଦୌ ସୁସ୍ଥ ପରମ୍ପରା ନୁହେଁ। ଏହା ଦେଶକୁ ଦେବାଳିଆ କରିଦେବ। କୃଷିଋଣ ଛାଡ଼ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସର କୃଷିଋଣ ଛାଡ଼ ଘୋଷଣା ଏକ ହାସ୍ୟାସ୍ପଦ। ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ଥିବା କଂଗ୍ରେସ ସରକାର ରାଜ୍ୟ ରାଜକୋଷକୁ ଦେବାଳିଆ କରିଦେଇଥିଲା। ଏ କଥା ସମସ୍ତେ ଜାଣିଛନ୍ତି। କର୍ମଚାରୀମାନେ ଦରମା ପାଉ ନ ଥିବା ବେଳେ ଭିତ୍ତିଭୂମି ନିର୍ମାଣ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ମାତ୍ର କାଳିଆ ଯୋଜନା ଚାଷୀମାନଙ୍କ ପାଇଁ ଏକ ପ୍ରଗତିଶୀଳ ଯୋଜନା।

naveen

ବିଜେପିର ଋଣଛାଡ଼ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଜେପି ଅଧିକ କୁହେ, କମ୍ କାମ କରେ। ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଓ ଏମ୍ଏସପିକୁ ଦେଢ ଗୁଣା କରିବାକୁ ଘୋଷଣା କରିଥିଲା।

ଉଲ୍ଲେଖଯୋଗ୍ୟ, କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ଶୁଣାଇବା ପରେ ସାମ୍ବାଦିକମାନେ ପ୍ରଶ୍ନ ପଚାରିବାରୁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ପ୍ରାଞ୍ଜଳ ଉତ୍ତର ରଖିଥିଲେ। ଏକାଠି ପ୍ରଶ୍ନ ନ କରି ଜଣେ ପରେ ଜଣେ ପ୍ରଶ୍ନ କରିବା ଲାଗି ପରାମର୍ଶ ଦେବା ସହିତ ବିଶଦ ଉତ୍ତର ରଖିଥିଲେ।

ପଢନ୍ତୁ; ସକାଳୁ ଖାଲି ପେଟରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ

Related posts

ପଦ୍ମ ଧରିବେ ଅପରାଜିତା ଷଡ଼ଙ୍ଗୀ !

ENO Beuro

ପ୍ରିୟା ପ୍ରକାଶଙ୍କ ଠାଣିରେ ଆଖି ମାରି ଚର୍ଚ୍ଚାରେ ରାହୁଲ ଗାନ୍ଧୀ

ENO Beuro

ଚନ୍ଦା କୋଚ୍ଚର ବହିଷ୍କୃତ , ରିପୋର୍ଟ ଦେଲା ଶ୍ରୀକ୍ରୀଷ୍ଣା କମିଟି

ENO Beuro

Leave a Comment