POLITICALS

ଚିଲିକାରେ ନବୀନ ଖୋଲିଲେ ଚିଲିକା କାର୍ଡ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ନିର୍ବାଚନ  ଲାଗି ପୁରୀରେ କରିଥିଲେ ପ୍ରଚାର। ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ ବିଜେପି ଉପରେ ବର୍ଷିଛନ୍ତି ବିଜେଡ଼ି ସୁପ୍ରିମୋ। କେନ୍ଦ୍ରରେ ବିଜେପି ସରକାରଙ୍କୁ କାଠଗଡରେ ଛିଡା  କରାଇଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦ୍ର ସରକାର ଓଡ଼ିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଭୋଟରଙ୍କୁ ନବୀନ କହିଛନ୍ତି, ମିଛ ବିଜେପିର ବଡ଼ ପୁଞ୍ଜି  କହିଲେ। ଚିଲିକା କାର୍ଡ ଖେଳି ନବୀନ ଆଜି ବାଣପୁରରେ ବିଜେଡି  ପାଇଁ ଭୋଟ ମାଗିଛନ୍ତି ।

ଚିଲିକାକୁ ବିକ୍ରି କରିବାକୁ ଚକ୍ରାନ୍ତ କରିଥିଲା କେନ୍ଦ୍ରର ବିଜେପି ସରକାର। ମତ୍ସ୍ୟଜୀବୀଙ୍କ  ଦାନାରେ ଧୂଳି ଦେବାକୁ ଚେଷ୍ଟା କରାଯାଇଥିଲା । ବିଜେଡି ସରକାର ସେହି ଚକ୍ରାନ୍ତକୁ ଅଟକାଇଛି। ଚିଲିକା ଆମର ମାଆ, ଓଡ଼ିଶାର ଗୌରବ ବୋଲି କହିଛନ୍ତି। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶାର ସେବା  କରିବି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଶାଳ ରୋଡରେ ସେ ପୁରୀ ରୁ ଭୁବନେଶ୍ବର  ଅଭିମୁଖେ ଆସିଥିଲେ ନବୀନ ରାସ୍ତାରେ ବହୁ ସଂଖ୍ୟକ ବିଜେଡ଼ି ସମର୍ଥକ ତାଙ୍କୁ ଅପେକ୍ଷା କରି ରହିଥିଲେ।
ପଢନ୍ତୁ: ଶେଷରେ ହାର ମାନିଲା ଚୀନ: ଆଝାର ବ୍ୟାନକୁ କରିବା ସମର୍ଥନ

Related posts

ବିଜେପି ଚାପରେ “କାଳିଆ”ବନ୍ଦ: ବିଜେଡ଼ି

Ratnamani Moharana

ଆଜି ହେବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

Ratnamani Moharana

ଢେଙ୍କାନାଳ ଯୁବ ବିଜେଡ଼ି ସଭାପତିଙ୍କୁ ଗୁଳିକରି ହତ୍ୟା,ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଦୁଇ ମନ୍ତ୍ରୀ

ENO Beuro

1 comment

Leave a Comment