News

ତିତ୍‌ଲି ବିପର୍ଯ୍ୟୟ: ନବୀନ ପାଳିବେନି ଜନ୍ମଦିନ

nabin

ଆଜି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ହେଲେ ମଙ୍ଗଳବାର ସଚିବାଳୟରେ ରାଜ୍ୟବାସୀଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇବା ସହ ଚଳିତବର୍ଷ ନିଜ ଜନ୍ମଦିନକୁ ପାଳନ ନ କରିବାକୁ ଘୋଷଣା କରିଛନ୍ତି ନବୀନ । ଗତ ୧୧ ତାରିଖରେ ଆସିଥିବା ଝଡ ତିତ୍ଲି ଯୋଗୁଁ ଓଡିଶାର କିଛି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅଧିକ କ୍ଷୟକ୍ଷତି ହୋଇଥିବା ତିନୋଟି ଜିଲ୍ଲାରେ ସାହାଯ୍ୟ ଏବଂ ପୁନରୁଦ୍ଧାର କାମ ଜାରି ରହିଛି । ରାଜ୍ୟର ଅନେକ ଲୋକ ଏବେ ପାଣିଘେରରେ ରହିଥିବା ବେଳେ ଜନ୍ମଦିନ ପାଳନ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

nabin

ସୂଚନାଯୋଗ୍ୟ,ବାତ୍ୟା ତିତ୍‌ଲି ପଲାସା ନିକଟରେ ଲ୍ୟାଣ୍ଡଫଲ୍ କରିଥିଲା। ଏହାର ପ୍ରଭାବରେ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଥିଲା। ଏହାପରେ ହୋଇଥିବା ଲଗାଣ ବର୍ଷାରେ ଗଞ୍ଜାମ, ରାୟଗଡ଼ା ଏବଂ ଗଜପତି ଜିଲ୍ଲା ବେହାଲ ହୋଇଯାଇଥିଲା। ଋଷିକୂଲ୍ୟା ଏବଂ ବଂଶଧାରା ନଦୀରେ ବନ୍ୟା ଆସିବାରୁ ଅଧିକାଂଶ ଗାଁ ଜଳମଗ୍ନ ହୋଇଥିଲା। ଚାଷଜମିରେ ପାଣି ମାଡ଼ି ଯାଇଥିଲା।ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ଗଞ୍ଜାମରେ ଆକାଶମାର୍ଗରୁ ରିଲିଫ୍ ପକାଇଥିଲା ପ୍ରଶାସନ। ଏହାସହ ମୁଖ୍ୟମନ୍ତ୍ରୀ ମଧ୍ୟ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲା ଗସ୍ତ କରି ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରଭାବିତ ଅଞ୍ଚଳ ପାଇଁ ୧୫ ଦିନର ରିଲିଫ୍ ଘୋଷଣା କରିଥିଲେ ନବୀନ।

ପଢନ୍ତୁ; ମହାନଦୀରେ ଭାସିଗଲେ ହାତୀ ପଲ

Related posts

ପୁଣି କମିଲା ବସ୍ ଭଡା

ENO Beuro

ଯାତ୍ରୀଙ୍କ ଟ୍ଵିଟ୍‌ ମିଳିବା ପରେ ରକ୍ଷା ପାଇଲେ ୨୬ ଜଣ ନାବାଳିକା

ENO Beuro

ଦେଶର ପ୍ରଥମ ଲୋକପାଳ ଭାବେ ଶପଥ ନେଲେ ପିସି ଘୋଷ

ENO Beuro

Leave a Comment