EnewsOdia.Com

‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପକ୍ଷରୁ ନବୀନ ନିବାସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ନବୀନ ନିବାସରେ ବସିଥିବା ବୈଠକର ଏହି କାର୍ଯ୍ୟକ୍ରମର ବିଧିବଦ୍ଧ ଘୋଷଣା କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପ୍ରବାସୀ ଓଡିଆଙ୍କୁ ସହାୟତା କରିବା । ମୋ ପରିବାର ୩ଟି ବିଭାଗ ଉପରେ କାର୍ଯ୍ୟ କରିବ ବୋଲି ଉକ୍ତ ବୈଠକର ଆବାହକ ଅରୂପ ପଟ୍ଟନାୟକ କହିଛନ୍ତି ।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୩ଟି ଦିଗ ଉପରେ କାର୍ଯ୍ୟ କରିବାକୁ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ୩ ଜଣ ସହ-ଆବାହକଙ୍କ ନେତୃତ୍ବରେ ତିନୋଟି କମିଟି ଗଠନ କରାଯାଇଛି। ସାଂସଦ ପିନାକୀ ମିଶ୍ର ପରିବେଶ ସୁରକ୍ଷା ସଂକ୍ରାନ୍ତ କମିଟିର ନେତୃତ୍ବ ନେବା ପାଇଁ ସ୍ଥିର ହୋଇଥିବାବେଳେ ସ୍ବାସ୍ଥ୍ୟ ଓ ରକ୍ତ ଦାନ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ କଥା ବୁଝିବେ ବିଧାୟକ ଅତନୁ ସବ୍ୟସାଚୀ ନାୟକ। ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ଓ ଚିହ୍ନଟ ପାଇଁ ଗଠନ ହୋଇଥିବା କମିଟିର ମୁଖ୍ୟ ଭାବେ ସାଂସଦ ଚନ୍ଦ୍ର ଶେଖର ସାହୁ ଦାୟିତ୍ବ ତୁଲାଇବେ ବୋଲି ନିଷ୍ପତ୍ତି ହୋଇଛି।ମୋ ପରିବାର ଆବାହକ ଅରୁପ ପଟ୍ଟନାୟକଙ୍କ ସମେତ ୧୮ ଜଣ ସଦସ୍ୟ ଏଥିରେ ଯୋଗଦେଇଥିଲେ।

ପଢନ୍ତୁ: ସାଧାରଣ ଲୋକ ହେବେ ସଡ଼କ ସୁରକ୍ଷା ସିଟିଜେନ୍ ରିପୋର୍ଟର

ସମ୍ବନ୍ଧିତ ଖବର

ବିଜେପୁର ଉପନିର୍ବାଚନ ଲାଗି ଭୋଟ ଗ୍ରହଣ ଆରମ୍ଭ

Ratnamani Maharana

ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ୨୭ରେ ଶପଥ ନେବେ ହେମନ୍ତ ସୋରେନ୍

Ratnamani Maharana

ଟ୍ରମ୍ପଙ୍କୁ ‘ପାଗଳ ବୃଦ୍ଧ’ କହିଲା ଆଇଏସର ନୂଆ ଉତ୍ତରାଧିକାରୀ

Ratnamani Maharana

ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ପିଏମ ମୋଦି

Ratnamani Maharana

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ପାଇଁ ମତଦାନ ଜାରି

Ratnamani Maharana

ମହାରାଷ୍ଟ୍ରରେ ଡିଲ ଫାଇନାଲ, ସରକାର ଗଢ଼ିବ ଶିବସେନା

Ratnamani Maharana