News

ଦେଶର ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି ନବୀନ

By Krishna Kumar Manoj

February 13, 2018

ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ସପ୍ତମ

ଧନୀ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ସପ୍ତମ ସ୍ଥାନରେ ଅଛନ୍ତି । ଇଲେକ୍ସନ ୱାଚ୍ ଓ ଆସୋସିଏସନ ଫର ଡେମେକ୍ରାଟିକ ରିଫର୍ମ ପକ୍ଷରୁ ପ୍ରକାଶିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମ୍ପତି ତାଲିକାରୁ ଏହା ଜଣାପଡିଛି । ଏହି ତାଲିକାରେ ନବୀନ ପଟ୍ଟନାୟକଙ୍କୁ ଦେଶର ସପ୍ତମ ଧନୀ ମୁଖ୍ୟମନ୍ତ୍ରୀର ମାନ୍ୟତା ଦିଆଯାଇଛି । ନବୀନଙ୍କର ମୋଟ୍ ୧୨ କୋଟି ୬ଲକ୍ଷ ୩୭ହଜାର ୪୩୩ ଟଙ୍କାର ସମ୍ପତି ରହିଛି । ଯେଉଁଥିରେ ରହିଛି ୧୭ ଲକ୍ଷ ୭୫ହଜାର ୪୩୩ଟଙ୍କାର ସ୍ଥାବର ସମ୍ପତି।

ଦେଶର ଧନୀ ମୁଖ୍ୟମନ୍ତ୍ରୀଙ୍କ ଶୀର୍ଷରେ ଅଛନ୍ତି ଆନ୍ଧ୍ରପ୍ରଦେଶ ଚନ୍ଦ୍ରବାବୁ ନାଇଡ଼ୁ । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ, ତୃତୀୟ ସ୍ଥାନରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ।

ଗଣତାନ୍ତ୍ରିକ ସଂସ୍କାର ସଂଘ(ଏଡିଆର୍) ପକ୍ଷରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ସେଥିରେ ନବୀନ ପଟ୍ଟନାୟକ ଦେଶର ସପ୍ତମ ଧନୀ ମୁଖ୍ୟମନ୍ତ୍ରୀର ମାନ୍ୟତା ରଖିଥିବା ଜଣାଯାଇଛି । ଅପରପକ୍ଷେ, ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ଥିବା ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡୁଙ୍କର ୧୭୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଛି । ସେହିପରି ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ପ୍ରେମା ଖାଣ୍ଡୁ(ଅରୁଣାଚଳ ପ୍ରଦେଶ)ଙ୍କର ସମ୍ପତ୍ତିର ମୂଲ୍ୟ ୧୨୯ କୋଟିରୁ ଅଧିକ ।

ତୃତୀୟ ସ୍ଥାନରେ ଥିବା କ୍ୟାପ୍ଟେନ୍ ଅମରିନ୍ଦର ସିଂହ(ପଞ୍ଜାବ) ୪୮ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକ ବୋଲି ଜଣାଯାଇଛି । ସବୁଠାରୁ କମ୍ ସମ୍ପତ୍ତି(୨୬ ଲକ୍ଷ) ତ୍ରିପୁରା ମୁଖ୍ୟମନ୍ତ୍ରୀ ମାନିକ ସରକାରଙ୍କର ଥିବା ବେଳେ ତାଙ୍କ ଉପରକୁ ଥିବା ମମତା ବାନାର୍ଜୀ(ପଶ୍ଚିମବଙ୍ଗ)ଙ୍କର ୩୦ ଲକ୍ଷ ଏବଂ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କର ୫୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିବା କଥା ଏଡିଆର୍ ତଥ୍ୟରୁ ଜଣାଯାଇଛି ।

ପଢନ୍ତୁ;

ଲବଙ୍ଗରୁ ପ୍ରସ୍ତୁତ ଲବଙ୍ଗ ତେଲରେ ରହିଛି ଭରପୂର ଔଷଧୀୟ ଗୁଣ ! ଆସନ୍ତୁ ଜାଣିବା ଏହି ତେଲର କିଛି ଅନ୍ୟ ଉପକାରିତା ବିଷୟରେ