News

ରାଜଧାନୀ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Naveen (1)

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ରାଜ୍ୟବାସୀଙ୍କ ପାଇଁ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ବିଭିନ୍ନ ଜିଲ୍ଲାକୁ ଆରାମଦାୟକ ଯାତ୍ରା ପାଇଁ ୨୩ ଗୋଟି ଶୀତତାପ ନିୟନ୍ତ୍ରିତ ଡିଲକ୍ସ ବସ ସେବାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ୧୮ ତାରିଖରେ କରାଯାଇଛି, ଯାହାକି ଭୁବନେଶ୍ୱର-ଫୁଲବାଣୀ, ଭୁବନେଶ୍ୱର-ରାଉରକେଲା, ଭୁବନେଶ୍ୱର-ଭବାନୀପାଟଣା, ଭୁବନେଶ୍ୱର-ଭଞ୍ଜନଗର, ଭୁବନେଶ୍ୱର -ରାଜଗାଙ୍ଗପୁର (ଭାୟା ସୁନ୍ଦରଗଡ଼), ଭୁବନେଶ୍ୱର – ରାଜଖରିଆର (ଭାୟା ବଲାଙ୍ଗୀର), ଭୁବନେଶ୍ୱର-ଗୋରୁମହିଷାଣି (ଭାୟା କରଞ୍ଜିଆ), ଭୁବନେଶ୍ୱର-ବୁର୍ଲା (ଭାୟା ସମ୍ବଲପୁର) ମଧ୍ୟ ଦେଇ ଯାତାୟାତ କରିବ ।

Naveen (1)

ବସ୍‌ରେ ଯାତ୍ରୀଙ୍କ ସୁବିଧା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ରହିଛି। ଏହା ସହିତ ନିଶୁକ୍ଳ ୱାଇ-ଫାଇ ସେବା, ମୋବାଇଳ ଚାର୍ଜିଂ ସୁବିଧା, ସିସିଟିଭି କ୍ୟାମେରା, ଭେଇକିଲ୍‌ ଟ୍ରାକିଂ, ପାନୀୟଜଳ ଭଳି ସୁବିଧା ଏହି ଏକ୍ସପ୍ରେସ ବସରେ ଯାତ୍ରୀ ମାନେ ପାଇପାରିବେ। ଏହି ବସ ଲାଗି ଅନଲାଇନରେ ଟିକେଟ୍‌ ବୁକିଂ ହୋଇପାରିବ।

ଓଡିଶା ରାଜ୍ୟ ପରିହନ ନିଗମ ୫ଟି ନୂତନ ବସଷ୍ଟାଣ୍ଡର ନିର୍ମାଣ ଜୟପୁର, ବଲାଙ୍ଗିର, ଅନୁଗୁଳ, ବାମରା ଓ ଓଡଗାଁଠାରେ ହାତକୁ ନେଇଛି ଏବଂ ୨୫ଟି ବସଷ୍ଟାଣର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି । ନିକଟରେ ୫୦ଟି ବ୍ଲକ ସ୍ତରରେ ବସଷ୍ଟାଣ୍ଡ ନିର୍ମାଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

ପଢନ୍ତୁ; ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଓଡିଶାକୁ ଦିଅ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା

Related posts

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ : ପାସ୍‍ ହାର ୭୬.୨୩%

ENO Beuro

ପ୍ରସ୍ତୁତ କରନ୍ତୁ ଚିଲି କାବୁଲି ଚଣା, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଗୋଟେ ପରିବାରର ୧୦ ମୃତ

ENO Beuro

Leave a Comment