News

ଚାରିଦିନିଆ ନୂଆଦିଲ୍ଲୀ ଗସ୍ତରେ ନବୀନ :ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ପ୍ରଥମ ଦିନରେ ମୋଦିଙ୍କୁ ଦେଲେ ‘ଟଲ୍‌ ମ୍ୟାନ୍‌’ ପୁସ୍ତକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୪ ଦିନିଆ ଦିଲ୍ଲୀ ଗସ୍ତର ଯାଇଛନ୍ତି ।  ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଦିଲ୍ଲୀସ୍ଥିତ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିବା ସହ ଦ ଟଲ୍‌ ମ୍ୟାନ ବିଜୁ ପଟ୍ଟନାୟକ ପୁସ୍ତକ ପ୍ରଦାନ କରିଥିଲେ । ପାଖାପାଖି ୨୦ ମିନିଟ୍‌ ସେଠାରେ ମୁଖ୍ୟମନ୍ତ୍ରୀ ରହିଥିଲେ।

ବାହାରେ ଗଣମାଧ୍ୟମକୁ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ, ସାକ୍ଷାତ ଆଲୋଚନା ସମ୍ପୂର୍ଣ୍ଣ ସୌଜନ୍ୟମୂଳକ ଥିଲା। ପ୍ରଧାନମନ୍ତ୍ରୀଙ୍କ ସହ ବିଜୁ ବାବୁଙ୍କ ଜୀବନୀ ଉପରେ ଆଲୋଚନା ହେଲା । ଅନ୍ୟ କୌଣସି ପ୍ରସଙ୍ଗରେ ସେ ଆଲୋଚନା କରି ନ ଥିବା କହିଥିଲେ ହେଁ ଏହାକୁ ରାଜନୈତିକ ମହଲରେ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି।

ଓଡ଼ିଶାରେ ହେବାକୁ ଥିବା ହକି ଓ୍ଵାର୍ଲଡ୍‌ କପ୍‌ ପାଇଁ ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଶେଷ ଆଡ଼କୁ ରାଜ୍ୟରେ ହେବାକୁ ଥିବା ପୁରୁଷ ବିଶ୍ୱକପ୍‌ ହକିର ପ୍ରଚାର ପ୍ରସାରରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ଆଶା କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ହକି ଫେଡେରେଶନ୍‌ ଅଫ୍‌ ଇଣ୍ଡିଆର ସଭାପତି ଡକ୍ଟର ନରିନ୍ଦର ଧ୍ରୁବ ବାତ୍ରା, ହକି ତାରକା ଦିଲ୍ଲୀପ ତିର୍କୀ, ବୀରେନ୍‌ ରସକିନା,ଧନରାଜ ପିଲ୍ଲେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ଉଭୟ ମହିଳା ଓ ପୁରୁଷ ହକି ଦଳର ଖେଳାଳିମାନେ ମଧ୍ୟ ଉପସ୍ଥିତ ରହିବେ।

ନୂଆଦିଲ୍ଲୀ ଯିବା ପୂର୍ବରୁ ଭୁବନେଶ୍ୱରରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ବିଜେପୁରରେ ବଡ଼ ବ୍ୟବଧାନରେ ବିଜେଡି ଜିତିବ। ବିକାଶମୂଳକ କାର୍ଯ୍ୟ ହିଁ ବିଜୟର ମାପକାଠି ହେବ ।


ପଢନ୍ତୁ ;

ଶେଷ କଲେ ସଲମାନ ଖାନ ‘ଦଶ କା ଦମ୍‌’ର ଟ୍ରିଜର ଓ ପ୍ରୋମ ସୁଟିଂ

Related posts

ମୋଦି ସରକାରଙ୍କ ନିଷ୍ପତ୍ତି : ନିର୍ବାଚନ ପୂର୍ବରୁ ସାରା ଦେଶକୁ ଯୋଡ଼ିବ ପକ୍କା ରାସ୍ତା

ENO Beuro

ସ୍କୁଲ ବହିରେ ସ୍ଥାନ ପାଇବ ବାଜପେୟୀଙ୍କ ଜୀବନୀ

ENO Beuro

ଫେସବୁକ ରୁ ଡିଲିଟ୍‌ ହୋଇଯାଇଥିବା ଫଟୋ କିମ୍ବା ଡାଟା ଫେରି ପାଇବାକୁ ଯାଣନ୍ତୁ କିଛି କଥା

ENO Beuro

Leave a Comment