POLITICALS

ନବୀନଙ୍କ ପୁତୁରା ରାଜନୀତିକୁ ଆସିବା ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପକାଇଲେ ନବୀନ

An

ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଉଭୟ ହିଞ୍ଜିଳି ଏବଂ ବିଜେପୁରରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ତେବେ କେଉଁ ଆସନ ସେ ଛାଡିବେ, ତାହା ସ୍ଥିର କରିନଥିବା ନବୀନ  କହିଛନ୍ତି । ତେବେ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଜୋରଧରିଥିଲା। ଏହି ପ୍ରସଙ୍ଗ ଉପରେ ପୂର୍ଣଛେଦ ପକେଇଛନ୍ତି ନବୀନ ପଟ୍ଟନାୟକ। ଏକ ଇଂରାଜୀ ଦୈନିକ ଖବରକାଗଜକୁ ସାକ୍ଷାତକାର ଦେଇ ନବୀନ ଏହା କହିଛନ୍ତି। ଗତକାଲି ମଧ୍ୟ ଏକ ଇଂରାଜୀ ନ୍ୟୁଜ୍‌ଚାନେଲକୁ ସାକ୍ଷାତକାର ଦେଇ ଏ ସଂପର୍କରେ ମତ ରଖିଥିଲେ ନବୀନ ।

ନବୀନଙ୍କ କହିବା ଅନୁଯାଇ ମୋ ପରେ କିଏ ଉତ୍ତରଦାୟିତ୍ୱ ଗ୍ରହଣ କରିବ ତାହା ଜନସାଧାରଣ ନିଷ୍ପତ୍ତି କରିବେ। ଏ ରାଜ୍ୟର ଜନତା ହିଁ ତାଙ୍କ ନେତା ବାଛିବେ। ମୋ ପରିବାରରୁ କେହି ବି ରାଜନୀତିକୁ ଆସିବେ ନାହିଁ ବୋଲି କହିଛନ୍ତି। ଫଳରେ ନବୀନ ତାଙ୍କ ବଡ଼ଭାଇଙ୍କ ପୁଅ ଅରୁଣ ପଟ୍ଟନାୟକଙ୍କୁ ବିଜେଡିର ଉତ୍ତରାଧିକାରୀ କରିପାରନ୍ତି ବୋଲି ଯେଉଁ ଚର୍ଚ୍ଚା ଆଲୋଚନା ଲାଗିରହିଥିଲା ତାହାର ସମାପ୍ତି ଘଟିଛି। ଚର୍ଚ୍ଚା ହେଉଥିଲା ଯେ, ନବୀନ ହିଞ୍ଜିଳି ଆସନ ଛାଡ଼ିବେ ଏବଂ ଏଠାରୁ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକ ନିର୍ବାଚନ ଲଢ଼ି ରାଜ୍ୟ ରାଜନୀତିରେ ଡେବ୍ୟୁ କରିବେ।
ପଢନ୍ତୁ: ଜେ ପି ନଡ୍ଡା କିମ୍ବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିପାରେ ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ

Related posts

ଲୋକସଭା ନିର୍ବାଚନ ଲଢିବେନି ମାୟାବତୀ

ENO Beuro

କର୍ଣ୍ଣାଟକ ରାଜନୀତି ଡ୍ରାମାରେ ଟୁଇଷ୍ଟ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଦ୍ରୋହୀ ବିଧାୟକ

Ratnamani Moharana

ପଦ୍ମ ଧରିବେ ଅପରାଜିତା ଷଡ଼ଙ୍ଗୀ !

ENO Beuro

Leave a Comment