News

ଗ୍ରାଣ୍ଡ ହେବ ନବୀନଙ୍କ ଶପଥ ଗ୍ରହଣ ଉତ୍ସବ

On

ତାରିଖ ମେ’ ୨୯, ୨୦୧୯। ସମୟ ସକାଳ ୧୦ଟା ୩୦। ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ। ତାଙ୍କ ସହ ଶପଥ ନେବେ ମନ୍ତ୍ରିମଣ୍ଡଳର ସଦସ୍ୟ। ସରକାର ଗଠନ ପାଇଁ ଗତକାଲି ଠାରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୫ ହଜାର ଲୋକଙ୍କ ସମାବେଶ ହେବ।ନିର୍ବାଚନ ପ୍ରଚାର ‌େବଳେ ମୁଖ୍ୟମନ୍ତ୍ରୀ କଟାକ୍ଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶପଥ ଗ୍ରହଣ ଉତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ରହିଲା ବୋଲି କହିଥିଲେ। ଏବଂ ନବୀନ ମୋଦୀଙ୍କୁ ନିମନ୍ତ୍ରଣ ଦେଇ ମଧ୍ୟ ସାରିଛନ୍ତି ତେବେ ସେ ଆସିବେ କି ନାହିଁ, ତାହା ଏବେ ଆଲୋଚନାର ବିଷୟ ହୋଇଛି।

ରାଜଭବନର ଚାରି କାନ୍ଥ ମଧ୍ୟରେ ନୁହେଁ, ଏଥର ଖୋଲା ଆକାଶ ତଳେ ଶପଥ ନେବେ ବିଜେଡ଼ି ସୁପ୍ରିମୋ। ଆସନ୍ତା କାଲି ଦିନ ସାଢ଼େ ୧୦ଟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବା ବେଳେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏଥିସହ ଶପଥ ଗ୍ରହଣ ସ୍ଥାନ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୨୫ ଫ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଅତିଥି ମାନଙ୍କ ପ୍ରବେଶ ପାଇଁ ୫ଟି ପ୍ରବେଶ ପଥ ନିର୍ଦ୍ଧାରଣ କରାଯାଇଛି । VVIP, ନିମନ୍ତ୍ରିତ ଅତିଥତ୍ ଏବଂ MP, MLAଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶପଥ କରାଯାଇଛି ।
ପଢନ୍ତୁ: ଇସ୍ତଫା ଜିଦରେ ରାହୁଲ, କଂଗ୍ରେସର ଅଧକ୍ଷ ମଙ୍ଗ ଧରିବ କିଏ?

Related posts

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାରା ଦେଶର ଅଙ୍ଗନୱାଡ଼ି କର୍ମୀ

ENO Beuro

ଯୌତୁକ ମାଗିବାରୁ ବରକୁ ଲଣ୍ଡା କଲେ କନ୍ୟା ପରିବାର

ENO Beuro

ଚଳଚ୍ଚିତ୍ର ଚୋରି,ନକଲ କଲେ ୩ ବର୍ଷ ଜେଲ 

ENO Beuro

1 comment

ଜୁନ୍‌ ୨ ତାରିଖ ଯାଏଁ ୬ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା May 28, 2019 at 5:09 pm

[…] ଗ୍ରାଣ୍ଡ ହେବ ନବୀନଙ୍କ ଶପଥ ଗ୍ରହଣ ଉତ୍ସବ […]

Leave a Comment