POLITICALS

ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ଉତ୍ସବକୁ ନରେନ୍ଦ୍ର ମୋଦି ଅତିଥି ହୋଇ ଆସନ୍ତୁ ବୋଲି କହିଲେ ନବୀନ

ନିର୍ବାଚନ ପାଇଁ ଚାଲିଛି ଜୋରଦୋର ପ୍ରଚାର । କେନ୍ଦ୍ରରୁ ଲଗାତର ଓଡ଼ିଶାକୁ ଆସୁଛନ୍ତି ବିଜେପିର ଷ୍ଟାର ପ୍ରଚାରକ । ସବୁ ସମୟରେ ଓଡିଶା ସରକାରକୁ ଟାର୍ଗେଟ କରାଯାଏ। ଆସନ୍ତାକାଲି  ବିଜେପି ମୁଖ୍ୟ ନରେନ୍ଦ୍ରମୋଦି ଏକ ଜନସମାବେଶରେ ଯୋଗ ଦେଇ ବିଜେଡ଼ି କୁ ଟାର୍ଗେଟ  କରି କହିଥିଲେ କି, ନବୀନ ବାବୁ! ଆପଣ ଏଥର ଯାଉଛନ୍ତି ଆପଣଙ୍କ ବିଦାହେବା ନିଶ୍ଚିତ ହୋଇଗଲାଣି। ହାତ ଗଣତି କିଛି ଅଫିସର ଆଉ ଆପଣାକୁ ରକ୍ଷା କରିପାରିବେନି। ଓଡିଶାର ଜନସାଧାରଣ ଏବେ ଆପଙ୍କୁ ବିଦାୟ ଦେବା ମୁଡରେ।

ଆଜି ବାଲେଶ୍ବରର ଓ ମୟୁରଭଞ୍ଜ  ଜିଲ୍ଲାରେ ମାରାଥନ ପ୍ରଚାର କରିଛନ୍ତି ନବୀନ। ରାଜ୍ୟର ଦୁର୍ଦ୍ଦିନରେ ଛିଡ଼ା ହୋଇ ନ ଥିବା କେନ୍ଦ୍ର ସରକାର ଏବେ ନିର୍ବାଚନ ପାଇଁ ରାଜ୍ୟକୁ ଆସୁଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଗତକାଲି ନିଜ ଭାଷଣରେ କହିଥିଲେ କି ସେ ରାଜ୍ୟ ବିଜେଡି ସରକାର କ୍ଷମତାରୁ ଗଲା ପରେ ସେ ଓଡ଼ିଶା ଆସିବେ। କିନ୍ତୁ ଓଡ଼ିଶାର ଲୋକଙ୍କ ଆଶୀର୍ବାଦରୁ ବିଜେଡି ଏଠାରେ ବହୁମତ ହାସଲ  କରି ସାରିଲାଣି। ମୁଁ ପ୍ରଧାନମନ୍ତ୍ରୀଙ୍କୁ ବିଜେଡି ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବକୁ ଅତିଥି  ଭାବେ ଆସିବା ଲାଗି ବିନମ୍ର ଅନୁରୋଧ କରୁଛି ବୋଲି ସମାଲୋଚନା କରିଥିଲେ ନବୀନ ପଟ୍ଟନାୟକ।
ପଢନ୍ତୁ: ସ୍ଥଗିତ ପାଟକୁରା ବିଧାନସଭା ଆସନ ପାଇଁ ମେ’ ୧୯ରେ ହେବ ମତଦାନ

Related posts

ସୁନ୍ଦରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ

Ratnamani Moharana

ଜେଲରୁ ବାହାରିଲେ ଜୟନାରାୟଣ ମିଶ୍ର

ENO Beuro

ଦାମ ରାଉତ ନୁହେଁ , ବାପାଙ୍କଠୁ ପରାମର୍ଶ ନେବି: ସମ୍ବିତ ରାଉତ

Ratnamani Moharana

Leave a Comment