EnewsOdia.Com

ଆମ୍ବୁଲାନ୍ସ ପାଇଁ ଅଟକିଗଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ

ସମୟ ରାତି ପ୍ରାୟ ୭ଟା ୪୫। ମୁଖ୍ୟମନ୍ତ୍ରୀଙ୍କ କାରକେଡ ଏଜି ଛକ ପାର୍ଶ୍ୱରୁ ନବୀନ ନିବାସ  ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା।  ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଥିଲା। କିନ୍ତୁ କ୍ୟାପିଟାଲ ହସ୍ପିଟାଲ ଟ୍ରାଫିକ ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ପହଞ୍ଚି ସାରିଥିବା ବେଳେ ଆମ୍ବୁଲାନ୍ସ ସାଇରନ ବାଜିଲା। ଫଳରେ ରାସ୍ତାରେ କିଛି କ୍ଷଣ ଅଟକିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ। ତେବେ ମୁଖ୍ୟମନ୍ତ୍ରୀ ନିଜେ ଗାଡ଼ି ଅଟକାଇ ଆମ୍ବୁଲାନ୍ସକୁ ବାଟଛାଡ଼ିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯାନ୍ବିତ କରିଥିବା ବେଳେ ତାଙ୍କର ଏତାଦୃଶ କାର୍ଯ୍ୟପାଇଁ ଉପସ୍ଥିତ ଜନତା ସାଧୁବାଦ ଜଣାଇଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ମହନୀୟତା କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ଆଲୋଚନା କରୁଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଶିଶୁଭବନ ଛକରୁ କ୍ୟାପିଟାଲ ହସ୍ପିଟାଲକୁ ଆମ୍ବଲାନ୍ସଟି ଯାଉଥିଲା। ଏହି ସମୟରେ କ୍ୟାପିଟାଲ ହସ୍ପିଟାଲ ଟ୍ରାଫିକ ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ମଧ୍ୟ ପହଞ୍ଚି ଯାଇଥିଲା। ମୁଖ୍ୟମନ୍ତ୍ରୀ ନିଜ ଗାଡିକୁ ଅଟକାଇବା ଲାଗି ଚାଳକକୁ କହିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶମାନି ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା ଗାଡିକୁ ଅଟକାଇ ଆମ୍ବୁଲାନ୍ସଙ୍କୁ ତୁରନ୍ତ ଛାଡ଼ିବାରେ ସହାୟତା କରିଥିଲେ। ପ୍ରାୟ ଅଢ଼େଇ ମିନିଟ୍‌ ମୁଖ୍ୟମନ୍ତ୍ରୀଙ୍କ କାରକେଡ ରାସ୍ତାରେ ଅଟକି ଯାଇଥିଲା।

ପଢନ୍ତୁ: କାଲିଠୁ ଆରମ୍ଭ +୨ ପରୀକ୍ଷା‌

ସମ୍ବନ୍ଧିତ ଖବର

ସୋନିଆଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Ratnamani Maharana

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାନେ ହେବେ ଦେଶର ପରବର୍ତ୍ତୀ ସେନା ମୁଖ୍ୟ

Ratnamani Maharana

ଏସପ୍ଲାନେଡ ମଲରେ ୱେଷ୍ଟଇଣ୍ଡିଜ୍ ଟିମର ସପିଂ

Ratnamani Maharana

ଚାରିଟି ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

Ratnamani Maharana

ଏଥର ସାହିତ୍ୟରେ ଦୁଇଟି ନୋବେଲ ପୁରସ୍କାର ଘୋଷଣା

Ratnamani Maharana

ମିଶନ ଚନ୍ଦ୍ରଯାନ-୩ ପାଇଁ କେନ୍ଦ୍ରକୁ ୭୫ କୋଟି ମାଗିଲା ଇସ୍ରୋ

Ratnamani Maharana