POLITICALS

ଆପଣଙ୍କର ଗୋଟିଏ ଭୁଲ ଭୋଟ୍‌ ଆପଣଙ୍କୁ ଚା’ବାଲା, ପକୁଡ଼ିବାଲା ବା ଚୌକିଦାର କରିପାରେ: ନବଜୋତ୍‌ ସିଂହ ସିଦ୍ଧୁ

ନିଜର ବିବାଦୀୟ ବୟାନ  ପାଇଁ ଚର୍ଚ୍ଚାରେ ରହିଆସୁଥିବା ନବଜୋତ୍‌ ସିଂହ ସିଦ୍ଧୁ  ଆଜି ପୁଣି ବିବାଦ ମଧ୍ୟକୁ ଟାଣି ହୋଇଯାଇଛନ୍ତି। କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ୍‌ ସିଂହ ସିଦ୍ଧୁ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ କଟାକ୍ଷ କରିଛନ୍ତି । କିନ୍ତୁ ଏଥର କୌଣସି ଜନସଭାରେ ଲୋକଙ୍କୁ ସମ୍ବୋଧନ ନ କରି ଟୁଇଟ୍‌ରରେ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ସିଦ୍ଧୁ । ପୁଲଓ୍ଵାମା ଆକ୍ରମଣ ପରେ ପରେ ସେ ମୋଦୀଙ୍କ ବିପକ୍ଷରେ କହି ବିବାଦକୁ ଆସିଥିଲେ ।

ସିଦ୍ଧୁ ଟୁଇଟ୍‌ କରି ଲେଖିଛନ୍ତି, ଆପଣଙ୍କ ଗୋଟେ ଭୁଲ ଆପଣଙ୍କୁ ଚା’ବାଲା, ପକୁଡ଼ିବାଲା ବା ଚୌକିଦାର କରିପାରେ । ପରେ ପଶ୍ଚାତାପ କରିବା ଅପେକ୍ଷା ଏବେ ଭୁଲ ଲୋକକୁ ଭୋଟ୍‌ ନ ଦେଇ ଠିକ୍‌ ଲୋକଙ୍କୁ ଭୋଟ୍‌ ଦିଅନ୍ତୁ ବୋଲି ଲେଖିଛନ୍ତି । ତାଙ୍କର ଏଭଳି ଟୁଇଟ୍‌ ପରେ ବିଜେପି ସମର୍ଥକମାନେ ପୁଣି ଥରେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି ।
ପଢନ୍ତୁ: ପୁରୀରେ ଧସେଇ ପଶିବ ବାତ୍ୟା ‘ଫନି’

Related posts

ମେଣ୍ଟ ସରକାର ଗଢିବେ ଇମ୍ରାନ,ଅଗଷ୍ଟ ୧୪ ପୂର୍ବରୁ ଗଠନ ହେବ ନୂଆ ସରକାର

ENO Beuro

ରାଜ୍ୟସଭା ଉପନିର୍ବାଚନ ନାମାଙ୍କନ ଦାଖଲ କଲେ ଅଶ୍ୱିନୀ, ଅମର ଓ ସସ୍ମିତ

Ratnamani Moharana

ତାମିଲନାଡୁ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଦକ୍ଷିଣ ଭାରତର ଦୁଇ ବଡ କଳାକାର ରଜନୀକାନ୍ତ ଓ କମଲ ହାସନ

ENO Beuro

Leave a Comment