POLITICALS

ଅମରିନ୍ଦର ସିଂଙ୍କୁ ବିରୋଧ କରି କ୍ୟାବିନେଟ୍ ବୈଠକରେ ଯୋଗ ଦେବେନି ସିଦ୍ଧୁ

As

ନବଜୋତ ସିଂ ସିଦ୍ଧୁ ଓ ଅମରିନ୍ଦର ସିଂଙ୍କ ମଧ୍ୟରେ ମତାନ୍ତର ଏବେ ଚରମ ସୀମାରେ ପହଞ୍ଚିଲାଣି । ନିର୍ବାଚନ ପୂର୍ବରୁ ହିଁ ପଞ୍ଜାବର ଏହି ଦୁଇ ନେତାଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିବା ବେଳେ ଏବେ ଏହା ଭିନ୍ନ ଏକ ମୋଡ ନେଇଛି । ପ଼ଞ୍ଜାବ ସରକାରଙ୍କ ମନ୍ତ୍ରୀ ନବଜୋତ୍ ସିଂ ସିଦ୍ଧୁ  ଏବେ ଖୋଲାଖୋଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ବିରୋଧ କରୁଛନ୍ତି । ସେ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ପରାଜୟ ପାଇଁ କେବଳ ସେ ଦାୟୀ ନୁହନ୍ତି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରୀନ୍ଦ୍ର ସିଂହଙ୍କ କ୍ୟାବିନେଟ ବୈଠକରେ ସାମିଲ ହୋଇନଥିବାରୁ ସିଦ୍ଧୁ କହିଥିଲେ ଯେ, ସେ ଜଣେ ମନ୍ତ୍ରୀ, ଯାହାକୁ ସରକାର ଗୁରୁତ୍ୱ ଦେଉନାହାନ୍ତି ।

ଆସନ୍ତାକାଲି  ପଞ୍ଜାବ କ୍ୟାବିନେଟ ବୈଠକ  ବସିଥିଲା । ବୈଠକରେ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ପହଂଚିଥିଲେ । କିନ୍ତୁ ନିର୍ବାଚନ ଫଳାଫଳ ସମୀକ୍ଷାକୁ ନେଇ ମେ ୩୦ ତାରିଖରେ ଅମରୀନ୍ଦ୍ର ସିଂହ ଡ଼ାକିଥିବା ବୈଠକରେ ଯୋଗ ଦେବେନି ବୋଲି ସିଧା କହିଥିଲେ ସିଦ୍ଧୁ । ଘଟଣାକୁ ଗମ୍ଭୀରତାର ସହ ନେଇଥିଲେ ମୁଖ୍ୟମନ୍ତ୍ରୀ ଅମରୀନ୍ଦ୍ର ସିଂହ । ଲୋକସଭା ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ୧୩ ଆସନରୁ ୮ଟି ଆସନରେ ବିଜୟୀ ହୋଇଥିଲା । ଏହାକୁ ନେଇ ପଞ୍ଜାବ କଂଗ୍ରେସରେ ବିବାଦ ସୃଷ୍ଟି ହୋଇଥିଲା ।  ପରାଜୟ ପାଇଁ ଅମରୀନ୍ଦ୍ର ସିଂହ ସିଦ୍ଧୁଙ୍କୁ ଦାୟୀ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା ।

 

ପଢନ୍ତୁ: ବିଶ୍‌କେକ୍‌ ସମ୍ମିଳନୀରେ ଇମ୍ରାନଙ୍କୁ ଭେଟିବେନି ମୋଦି

Related posts

ବିଜେପି ଛାଡ଼ିଲେ ଚନ୍ଦନ ମିତ୍ର

ENO Beuro

୧ ରେ ଅମିତ ଶାହା ଓ ୨ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗ୍ରସ୍ତ

Ratnamani Moharana

ମାତ୍ର ଦୁଇ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ଇସ୍ତଫା ଦେଲେ ବି ଏସ୍ ୟେଦୁରପ୍ପା !

ENO Beuro

Leave a Comment