News

ବାଲାକୋଟ ଆକ୍ରମଣ ପରେ ଚିନ୍ତାରେ ପକାଇଥିଲା ପାକ ବୁଡାଜହାଜ

Untitled 1

ଜମ୍ମୁ କଶ୍ମୀରର ପୁଲୱାମାରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନର ବାଲାକୋଟରେ ବିମାନ ଆକ୍ରମଣ କରି କଡ଼ା ଜବାବ ଦେଇଥିଲା । ସମୁଦ୍ର ପଥରେ ମଧ୍ୟ ଭାରତୀୟ ନୌସେନା  ସଜାଗ ରହିଥିଲା। ପାକିସ୍ତାନ ଜଳପଥରେ ଆକ୍ରମଣ କରିପାରେ ଆଶଙ୍କା କରି ଭାରତୀୟ ନୌସେନା ପାକିସ୍ତାନ ଜଳସୀମାରେ ଜଗି ରହିଥିଲେ। ସେପଟେ ଯୁଦ୍ଧ ଆଶଙ୍କା କରି ଭାରତୀୟ ନୌସେନା ପାକିସ୍ତାନ ଜଳ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ବୁଡ଼ାଜାହାଜକୁ ନିୟୋଜିତ କରିଥିଲା।

କିଛି ମାସ ତଳେ ଜପାକିସ୍ତାନର ସବୁଠୁ ଅତ୍ୟାଧୁନିକ କୁହାଯାଉଥିବା ଅଗୋଷ୍ଟା କ୍ଲାସ୍ ସବମରୀନ-ପିଏନଏସ  ସାଦ୍ କରାଚୀ ଜଳସୀମାରୁ ଭାରତର ନଜରରୁ ହଠାତ ଗାଏବ ହୋଇଯାଇଥିଲା। ଯାହା ଭାରତୀୟ ନୌସେନା ପାଇଁ ଚିନ୍ତାର ବିଷୟ ପାଲଟିଯାଇଥିଲା।ଏହି ବୁଡ଼ା ଜାହାଜର ଅବସ୍ଥିତି ଜାଣିବା ପାଇଁ ଭାରତୀୟ ନୌସେନା ଅଭିଯାନ ଆରମ୍ଭ କରିଥିଲା। ପାକିସ୍ତାନର ଏହି ଶକ୍ତିଶାଳୀ ବୁଡ଼ାଜାହାଜ ଗୁଜରାଟ କିମ୍ବା ମହାରାଷ୍ଟ୍ର ତଟ ଅଂଚଳକୁ ଆସିଥିବା ଆଶଙ୍କାରେ ବ୍ୟାପକ ତଲାସି କରାଯାଇଥିଲା। ତେବେ ଏହାର କୌଣସି ସନ୍ଧାନ ମିଳିନଥିଲା। ଦୀର୍ଘ ୨୧ ଦିନର ତଲାସୀ ପରେ ଏହି ବୁଡ଼ା ଜାହାଜ ପାକିସ୍ତାନର ପଶ୍ଚିମ ତଟରେ ଯାଇ ରହିଥିବା ଉପଗ୍ରହ ତଥ୍ୟ ମାଧ୍ୟମରେ ଜଣାପଡ଼ିଥିଲା।

ପଢନ୍ତୁ: ୭.୫ ଲକ୍ଷ ଟଙ୍କାର ଜଳକର ଭରିଲେନି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ

Related posts

ସେପ୍ଟେମ୍ବର ୪ରୁ ବିଧାନସଭା ମୌସୁମୀ ଅଧିବେଶନ

ENO Beuro

ପରପାରିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର

ENO Beuro

ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ମୃତ୍ୟୁ, ନିର୍ବାଚନକୁ ନେଇ ଆକ୍ରମଣ ସୂଚନା

ENO Beuro

Leave a Comment