News

ନୱାଜ ସରିଫଙ୍କୁ ୧୦ ବର୍ଷ ଜେଲ୍‌

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଜେଲ୍‌

ପାକିସ୍ତାନର ଦୁର୍ନୀତି ନିରୋଧୀ ଅଦାଲତ ଶୁକ୍ରବାର ଏକ ଦୁର୍ନୀତି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ୧୦ ବର୍ଷ ଏବଂ ଝିଅ ମାରିୟମଙ୍କୁ ୭ ବର୍ଷ ଜେଲ୍‍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ଅଦାଲତ ନୱାଜଙ୍କୁ ୭୩ କୋଟି ଟଙ୍କା ଏବଂ ଝିଅ ମାରିୟମଙ୍କୁ ୧୮ କୋଟି ଟଙ୍କା ଜୋରିମାନା କରିଛନ୍ତି।

୨୦୧୫ ପାନାମା ପେପର୍ ଲିକ୍ ପରେ ଏନେଇ ବଡ଼ ଧରଣର ଖୁଲାସା ହୋଇଥିଲା। ନୱାଜ୍ ଏବଂ ତାଙ୍କ ପରିବାରର ଇଂଲଣ୍ଡର ବିଭିନ୍ନ ସ୍ଥାନରେ ଆଲିସାନ୍ କୋଠା ସହ ଅନେକ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ମାମଲାରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇ ଗତବର୍ଷ ପ୍ରଧାନମନ୍ତ୍ରୀ ପଦ ହରାଇଥିଲେ ନୱାଜ୍ ସରିଫ୍। ତେବେ ଆଜି ଏସିବି କୋର୍ଟରେ ଏହି ମାମଲାର ଶୁଣାଣି ବେଳେ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ,ଇସଲାମାବାଦସ୍ଥିତ ଦୁର୍ନୀତି ନିରୋଧୀ ଅଦାଲତ ବିଚାରପତି ଜଷ୍ଟିସ୍‍ ମହମ୍ମଦ ବଶିର ସାଢେ ୩ ମାସ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ନୱାଜ, ତାଙ୍କ ଝିଅ ମାରିୟମ, ହାସନ, ସୁସେନ ନୱାଜ ଏବଂ କ୍ୟାପ୍ଟେନ ସଫଦର ଅଭିଯୁକ୍ତ ଥିଲେ। ଅଦାଲତ ପୂର୍ବରୁ ହାସନ ଏବଂ ହୁସେନଙ୍କୁ ପଳାତକ ଘୋଷଣା କରିଛନ୍ତି। ଏହି ମାମଲର ଶୁଣାଣି ସପ୍ତାହେ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ନୱାଜ ଆବେଦନ କରିଥିଲେ। ତାଙ୍କ ପତ୍ନୀଙ୍କ ଚିକିତ୍ସା ଲଣ୍ଡନରେ ଚାଲିଥିବାବେଳେ ସେ ଏବେ ଦେଶ ଫେରିପାରିବେ ନାହିଁ ବୋଲି ଆବେଦନରେ ଦର୍ଶାଇଥିଲେ। ହେଲେ ଅଦାଲତ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ରାୟ ପ୍ରକାଶ କରିଛନ୍ତି। ଏବେ ନୱାଜ ଲଣ୍ଡନରେ ଅଛନ୍ତି।

ନୱାଜ ସରିଫଙ୍କୁ ୧୦ ବର୍ଷ ଜେଲ୍‌ ନୱାଜ ସରିଫଙ୍କୁ ୧୦ ବର୍ଷ ଜେଲ୍‌ sarif

ପଢନ୍ତୁ; ଘରେ ପ୍ରସ୍ତୁତ କରି ଖାଆନ୍ତୁ ‘ଚକୋଲେଟ୍‌ ଆଇସକ୍ରିମ୍‌’

Related posts

ମେଣ୍ଟ ସରକାର ଗଢିବେ ଇମ୍ରାନ,ଅଗଷ୍ଟ ୧୪ ପୂର୍ବରୁ ଗଠନ ହେବ ନୂଆ ସରକାର

ENO Beuro

ଦିଲ୍ଲୀରେ ଚାଲୁଥିବା ସ୍କୁଲ ବସରେ ଲାଗିଲା ନିଆଁ , ଅଳ୍ପକେ ବର୍ତ୍ତିଲେ ୩୦ ଜଣ ଛାତ୍ର

ENO Beuro

‘ସାଲୋମ ବଲିଉଡ୍‌’ କାର୍ଯ୍ୟକ୍ରମରେ ଯୋଗ ଦେଲେ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More