EnewsOdia.Com

‘ନୱାଜ ସରିଫଙ୍କୁ ଖାଇବାରେ ବିଷ ଦିଆଯାଇଛି’ ବୋଲି ଅଭିଯୋଗ କରିଛନ୍ତି ସରିଫଙ୍କ ପୁଅ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କୁ ଜେଲରେ ଖାଇବା ବେଳେ ବିଷ ଦିଆଯାଇଛି। ପାକିସ୍ତାନ ସେନା ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ନବାଜ ସରିଫଙ୍କ ପୁଅ ହୁସେନ ନଓ୍ୱାଜ। ଜେଲ ଖାଇବାରେ ବିଷ ଦିଆଯାଇଥିବାରୁ ଏବେ ତାଙ୍କ ବାପାଙ୍କ ଦେହ ଅସୁସ୍ଥ ରହୁଛି ବୋଲି ଆଶଙ୍କା କରିଛନ୍ତି ନଓ୍ୱାଜ ସରିଫଙ୍କ ପୁଅ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ବର୍ଷିଛନ୍ତି ହୁସେନ। ତାଙ୍କ ବାପାଙ୍କର ବ୍ଲଡ ପ୍ଲେଟିଲେଟସ ୧୬ ହଜାରରୁ ୨ହଜାର ହୋଇଛି। ଏହାପରେ ବି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଇମ୍ରାନ୍ ଖାନ୍ ଏ ବାବଦରେ ଜବାବ ଦେବା ଦରକାର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନୱାଜ ସରିଫଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସୋମବାର ଲାହୋରରେ ଥିବା ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପାନାମା ପେପର ମାମଲାରେ ସେ ଏବେ ପାକିସ୍ତାନର ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇଛନ୍ତି। ୨୪ ଡିସେମ୍ୱର ୨୦୧୮ରୁ ସେ ଏବେ ଜେଲରେ ସଜା କାଟୁଛନ୍ତି। ୭ ବର୍ଷ ପାଇଁ ଜେଲ୍ ସଜା ଦେଇଛନ୍ତି ପାକିସ୍ତାନର ସର୍ବୋଚ୍ଚ କୋର୍ଟ।

ସମ୍ବନ୍ଧିତ ଖବର

ଆଜିଠୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

Ratnamani Maharana

କାହାକୁ ଭେଣ୍ଡି ତ କାହାକୁ ଫୁଲକୋବି ମିଳିଲା ନିର୍ବାଚନୀ ଚିହ୍ନ

Ratnamani Maharana

ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

Ratnamani Maharana

ଦଙ୍ଗାକାରୀଙ୍କଠାରୁ ଜରିମାନା ଆଦାୟ କରିବ ଦିଲ୍ଲୀ ସରକାର

Ratnamani Maharana

ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Ratnamani Maharana

ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ପିଏମ ମୋଦି

Ratnamani Maharana