February 22, 2019

ଲୋକଲଜ୍ୟା ସହି ନ ପାରି ଆତ୍ମହତ୍ୟା କଲେ ଦୁଷ୍କର୍ମ ପୀଡ଼ିତା

ନୟାଗଡରେ ଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟା

ପୁଣି ଜଣେ ଦୁଷ୍କର୍ମ ପୀଡ଼ିତା ଜୀବନ ହାରିଛନ୍ତି । ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଞ୍ଚଳରେ ଜଣେ ଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିଛନ୍ତି । ଲୋକ ଲଜ୍ଜାରେ ଯୁବତୀ ଜଣକ ବିଷ ପିଇଥିବା ନେଇ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ଭାଇ । ଦୁଷ୍କର୍ମ ପୀଡିତା ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ଗତକାଲି ସଂଧ୍ୟାରେ ପୀଡିତାଙ୍କ ଭାଇ ଘରେ ପହଂଚିବା ବେଳେ ପୀଡିତାଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ ।

ସୂଚନା ଅନୁସାରେ , ପୀଡିତାଙ୍କ ମା’ ଜଣେ ମାନସିକ ରୋଗୀ ହୋଇଥିବା ବେଳେ ବାପା ମୃତ୍ୟୁବରଣ କରିଛନ୍ତି। ଭାଇ ଦିନ ମଜୁରିଆ ଭାବେ ବାହାରକୁ କାମ କରିବାକୁ ଯାଆନ୍ତି। ଯୁବତୀ ଘରେ ଏକାକୀ ରହୁଥିବାର ସୁଯୋଗ ନେଇ ସେହି ଗ୍ରାମର ଦେବରାଜ ବାରିକ ନାମକ ଜଣେ ବ୍ୟକ୍ତି ଘରେ ପଶି ତାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ସନ୍ଧ୍ୟାରେ ଭାଇ ଘରକୁ ଫେରିବା ପରେ ପୀଡିତା ସମସ୍ତ କଥା କହିଥିଲେ ।

ଏହି ଘଟଣା ଗାଁରେ ପୀଡିତାଙ୍କ ଭାଇ ଜଣାଇବା ପରେ ଏକ ବୈଠକ ବସି ସମସ୍ତ କ୍ଷତିପୂରଣ ଦେବାକୁ ଗାଁ କମିଟି ନିଷ୍ପତ୍ତି କରିଥିଲା । ମାତ୍ର ଅଭିଯୁକ୍ତ ଗାଁ କଥାରେ ରାଜି ହୋଇନଥିଲା । ପରେ ମହୀପୁର ଫାଣ୍ଡିରେ ଏ ସମ୍ପର୍କରେ ପୀଡିତାଙ୍କ ଭାଇ ଅଭିଯୋଗ କରିଥିଲେ।  ପୋଲିସ ଅଭିଯୁକ୍ତ ଦେବରାଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣାର ୪୨ ଦିନ ପରେ ଆଜି ସଂଧ୍ୟାରେ ପୀଡିତା ଆତ୍ମହତ୍ୟା କରିଛନ୍ତି।

ପଢନ୍ତୁ ;

ନୂଆ ଓଡିଆ ଚଳଚିତ୍ର ଚାମ୍ପିଅନର ଶୁଭ ମହୁରତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More