ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ତାମିଲ ଷ୍ଟାର୍ ନୟନତାରା ଓ ତାଙ୍କ ସ୍ୱାମୀ ବିଘ୍ନେଶ ଶିବନ ସରୋଗେସୀ ଉପାୟରେ ଦୁଇ ଜାଆଁଳା ପିଲାର ବାପାମା ହୋଇଛନ୍ତି। ଏହି ସେଲିବ୍ରେଟି କପଲ ନିଜ ପିଲାକୁ ପାଖରେ ପାଇ ଖୁସି ମନାଉଥିବା ବେଳେ ପଛରେ ପଡ଼ିଯାଇଛନ୍ତି ସରକାର।
ତାମିଲ ଷ୍ଟାର୍ ନୟନତାରା ଓ ତାଙ୍କ ସ୍ୱାମୀ ବିଘ୍ନେଶ ଶିବନ ସରୋଗେସୀ ଉପାୟରେ ଦୁଇ ଜାଆଁଳା ପିଲାର ବାପାମା ହୋଇଛନ୍ତି। ଏହି ସେଲିବ୍ରେଟି କପଲ ନିଜ ପିଲାକୁ ପାଖରେ ପାଇ ଖୁସି ମନାଉଥିବା ବେଳେ ପଛରେ ପଡ଼ିଯାଇଛନ୍ତି ସରକାର। ନୟନତାରାଙ୍କର ଜାଆଁଳା ପିଲା କେମିତି ହେଲା ଏବେ ଯାଞ୍ଚ କରିବେ ତାମିଲନାଡୁ ସରକାର। କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ନୟନତାରା ଓ ତାଙ୍କ ସ୍ୱାମୀ ବିଘ୍ନେଶ ଶିବନଙ୍କ ଉପରେ ସରୋଗେସୀ ନିୟମର ଉଚିତ ପାଳନ ନେଇ ପ୍ରଶ୍ନ ଉଠିଛି। ସେଲିବ୍ରେଟି ଦମ୍ପତି ନିୟମର ପାଳନ କରିଛନ୍ତି କି ନାହିଁ ଏବେ ଯାଞ୍ଚ କରିବେ ସରକାର। ଏନେଇ ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ସୁବ୍ରମଣ୍ୟମ କହିଛନ୍ତି ଯେ ମାମଲାର ଯାଞ୍ଚ ଚାଲିଛି। ଦମ୍ପତି ସରୋଗେସୀ ନିୟମର ଠିକ ପାଳନ କରିଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଆସନ୍ତାକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଏ ବିଷୟରେ ପଚରାଉଚରା କରିବେ ବୋଲି ସୂଚନା ମିଳିଛି।
ଗତ ରବିବାର ବିଘ୍ନେଶ ଶିବନ ବାପା ହେବାର ଖୁସିକୁ ଇନ୍ଷ୍ଟାଗ୍ରାମରେ ଶେୟାର କରିଥିଲେ। ତାଙ୍କର ଦୁଇଟି ଜାଆଁଳା ପିଲା ହୋଇଛି ବୋଲି ଲେଖିବା ସହ ବାପାମା ଦୁଇ ଶିଶୁର ପାଦକୁ ଚୁମା ଦେଉଥିବା ଫଟୋରେ ଦେଖିବାକୁ ମିଳିଥିଲା। ସୂଚନା ଥାଉକି ୨୦୨୨ ଜୁନ ୯ ତାରିଖରେ ନୟନତାରା ଓ ବିଘ୍ନେଶ ଶିବନଙ୍କର ଚେନ୍ନାଇରେ ବିବାହ ହୋଇଥିଲା। ଏହି ବାହାଘରରେ ଶାହାରୁଖ ଖାନ, ବିଜୟ ସେତୁପତି ଓ ଏ ଆର୍ ରେହେମାନଙ୍କ ସମେତ ବହୁ ବଡ଼ ବଡ଼ ଷ୍ଟାର ପହଞ୍ଚିଥିଲେ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।