POLITICALS

ଉପବାଚସ୍ପତି ପଦ ପାଇଁ ବିଜେଡିକୁ ଶିବସେନାର ବିରୋଧ

Sb

ଲୋକସଭାରେ ଉପବାଚସ୍ପତି  ପଦବୀକୁ ନେଇ ଚାଲିଛି ରେସ। ଏହି ରେସରେ ଅଛନ୍ତି ଓଡିଶାର ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ବିଜେଡି ପକେଟକୁ ଏହି ପୋଷ୍ଟ ଯିବା ନେଇ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଥିବା ବେଳେ, ଏବେ ଏହି ଘଟଣାରେ ଏବେ ବାଧକ ସାଜିଛି ଶିବସେନା । ବିଜେଡି ପ୍ରାର୍ଥୀଙ୍କ ନାଁକୁ ନେଇ ହେଉଥିବା ଚର୍ଚ୍ଚାକୁ ନେଇ ଶିବସେନା ପ୍ରଶ୍ନ ଉଠାଇଛି। ବିଜେଡିକୁ ଏହି ପଦବୀ କିପରି ମିଳିବ ବୋଲି ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ  ପ୍ରଶ୍ନ କରିଛନ୍ତି।

ଶିବସେନାର ମୁଖପାତ୍ର ସଞ୍ଜୟ ରାଉତଙ୍କ କହିବାନୁଯାୟୀ, ଏନଡିଏର ଆମେ ଦ୍ବିତୀୟ ବୃହତ୍ତମ ଅଂଶୀଦାର ଦଳ। ଆମକୁ କିମ୍ବା କୌଣସି ଅଂଶୀଦାରକୁ ଏହି ପଦବୀ ମିଳିବା କଥା। ଏବେ ଚର୍ଚ୍ଚା ଚାଲିଛି ଯେ ଉପବାଚସ୍ପତି ପଦ ବିଜେଡିକୁ ମିଳିବ। ଲୋକସଭା ନିର୍ବାଚନରେ ବିଜେଡି ଓଡ଼ିଶାରେ ବିଜେପି ବିରୋଧରେ ଲଢ଼ିଥିଲା। ଉପବାଚସ୍ପତି ପଦବୀ ଶିବସେନାକୁ ମିଳିବା ଉଚିତ। ଏହା ଆମର ଦାବି ନୁହେଁ, ଅଧିକାର  ବୋଲି ସଞ୍ଜୟ କହିଛନ୍ତି।
ପଢନ୍ତୁ: ଖରାରେ ଅତିଷ୍ଠ ଭଗବାନ ଗଣେଶଙ୍କ ଦେହରୁ ବାହାରୁଛି ଝାଳ

Related posts

Senior IAS officer Rajiv Gauba Took Charge As The New Union Home Secretary

ENO Beuro

ଭୁବନେଶ୍ୱରରେ ପହଞ୍ଚିଲେ ଅପରାଜିତା ଷଡ଼ଙ୍ଗୀ

ENO Beuro

ମୁଖ୍ୟମନ୍ତ୍ରୀଙ୍କ ପରେ ଏବେ କର୍ଣ୍ଣାଟକରେ ବାଚସ୍ପତିଙ୍କ ପାଳି

Ratnamani Moharana

1 comment

Leave a Comment