News

ନିପା ଭାଇରସ ଆକ୍ରାନ୍ତ ରୋଗୀଙ୍କ ସେବା କରୁଥିବା ନର୍ସଙ୍କ ମୃତ୍ୟୁ

By Krishna Kumar Manoj

May 23, 2018

କେରଳର ନିପା ଭାଇରସ୍ ପ୍ରଭାବରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ମୃତକ ମାନେ କୋଝିକୋଡ୍ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସିତ ହେଉଥଲେ। କେରଳର ପେରାମ୍ବ୍ରା ତାଲୁକ ହସ୍ପିଟାଲରେ ନିପାହ ଭାଇରସରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସେବା କରୁଥିବା ନର୍ସ ଲିନି(୩୧)ଙ୍କର ସୋମବାର ମୃତ୍ୟୁ ଘଟିଛି। ନିପାହ ଭାଇରସ୍‌ ଖୁବ୍‌ ମାରାତ୍ମକ ହୋଇଥିବା ବେଳେ ଉକ୍ତ ରୋଗୀଙ୍କ ଠାରୁ ସଂକ୍ରମଣ ହେବା ଫଳରେ ଲିନିଙ୍କ ମୃତ୍ୟୁ ଘଟିଛି।

ମୃତ୍ୟୁ ପୂର୍ବରୁ ସେ ଯାଇଥିବା ଏକ କୋହଭରା ଚିଠି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭୂତାଣୁ ଆକ୍ରାନ୍ତଙ୍କ ସେବା କରୁଥିବା ନର୍ସ ଲିନି ପୁଥୁସେରୀ ମଧ୍ୟ ଏହାର ଶିକାର ହୋଇଥିଲେ। ମୃତ୍ୟୁ ପୂର୍ବରୁ ସେ ପରିବାର ସଦସ୍ୟଙ୍କୁ ଦେଖିବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। କାଳେ ତାଙ୍କ ସଂସ୍ପର୍ଶରେ ଆସିଲେ ଦୁଇ ଛୁଆ ଓ ସ୍ୱାମୀଙ୍କୁ ମଧ୍ୟ ଏହି ରୋଗ ହୋଇଯିବ, ସେହି ଭୟରେ ମୃତ୍ୟୁ ପୂର୍ବରୁ ଥରୁଟିଏ ବି ପରିବାର ଲୋକଙ୍କୁ ଦେଖିପାରିଲେ ନାହିଁ। ସେ ଛାଡିଥିବା ଚିଠିରେ ଲେଖାଥିଲା ଯେ ,‘ମୁଁ ମୋର ଶେଷ ରାସ୍ତାରେ ପହଞ୍ଚି ସାରିଛି। ମୋତେ ଲାଗୁଛି ମୁଁ ଆଉ ତୁମମାନଙ୍କୁ ଦେଖିପାରିବି ନାହିଁ, ମୁଁ ଏଥିପାଇଁ ଦୁଃଖିତ, ଆମ ପିଲାଙ୍କର ଯତ୍ନ ନେବ।’

ସୂଚନାଯୋଗ୍ୟ, ନିପା ଭାଇରସ ଆକ୍ରମଣରେ କେରଳରେ ଏପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ହେଲାଣି।

ପଢନ୍ତୁ; ବେକରେ ହେଉଥିବା କଳା ଦାଗକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ