30.1 C
Bhubaneswar
October 22, 2021
EnewsOdia.Com
ଖେଳ ଦେଶ ବିଦେଶ ନ୍ୟୁଜ୍ ମନୋରଞ୍ଜନ

ପୁଣି ଚର୍ଚ୍ଚାରେ ନୀରଜ ଚୋପ୍ରାଙ୍କ ଇନଷ୍ଟା ଫଟୋ

ଟୋକିଓ ଅଲିମ୍ପିକ୍‌ରେ ଜ୍ୟାଭ୍‌ଲିନ ଥ୍ରୋ ଜରିଆରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଥିବା ଗୋଲ୍ଡେନ ବୟ ନୀରଜ ଚୋପ୍ରା ରାତାରାତି ଷ୍ଟାର୍‌ ବନି ଯାଇଛନ୍ତି। ଏବେ ସେ ଜନତାଙ୍କ ହିରୋ ସାଜିଛନ୍ତି। ନୀରଜ ଚୋପ୍ରା ସୋସିଆଲ ମିଡିଆରେ ବି ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି।ତେବେ କିଛିଦିନ ତଳେ ନୀରଜଙ୍କ ଏକ ଆଡ ଶୁଟିଙ୍ଗ ଚର୍ଚ୍ଚାରେ ରହିଥିଲା।ଏବେ ଗୋଲ୍ଡେନ ବୟଙ୍କର ଏକ ଫଟୋକୁ ଚର୍ଚ୍ଚା ଜୋର୍‌ ଧରିଛି, ଯେଉଁଥିରେ ସେ ଚିନ୍ତା ଦୂର କରିବାର ଦେଶୀ ଉପାୟ କହୁଛନ୍ତି।ଏହି ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହେବା ପରେ ଫ୍ୟାନ୍‌ମାନଙ୍କୁ ତାଙ୍କ ସରଳତା ଉପରେ ବିଶ୍ୱାସ ଆସିଯାଇଛି।

ଭାଇରାଲ ଫଟୋରେ ନୀରଜ ଗୋଟିଏ ଗ୍ଲାସ ଚା’ ସହିତ ଏକ ରୁଟି ହାତରେ ଧରିଥିବାର ନଜର ଆସୁଛନ୍ତି। ଫଟୋ ସେୟାର କରି ସେ କ୍ୟାପସନ ଲେଖିଛନ୍ତି କି, ‘ଖାଅ ରୁଟି ପିଅ ଚା’, ଟେନ୍ସନକୁ କର ବାଏ ବାଏ’।

ଏବେ ସୁଦ୍ଧା ନୀରଜଙ୍କର ଏହି ପୋଷ୍ଟରେ ୧ ମିଲିୟନରୁ ଅଧିକ ଲାଇକ୍ସ ଆସି ସାରିଲାଣି। ଫଟୋରେ ତାଙ୍କ ଫ୍ୟାନ୍‌ମାନେ ଢେର୍‌ କମେଣ୍ଟ ବର୍ଷା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏହାକୁ କୁହନ୍ତି ହରିୟାଣୀ ଟୋକା। କୌଣସି ଦେଖେଇ ହେବା କି ଅହଂକାର ନାହିଁ’। ଆଉଜଣେ ଲେଖିଛନ୍ତି, ‘ଏହା ହିଁ ହେଉଛି ସ୍ୱାସ୍ଥ୍ୟର ରହସ୍ୟ’।

Related posts

ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Ratnamani Maharana

ଦିନକୁ ଦିନ ବଢିବାରେ ଲାଗିଛି ତାପମାତ୍ରା

Ratnamani Maharana

ସାରା ରାଜ୍ୟରେ କୋହଲା ପାଗ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More