News

ନିଟ୍‌ ପରୀକ୍ଷା : ନୂଆ ଡ୍ରେସ୍‌ କୋଡ଼୍‌ ଗାଇଡ୍‌ଲାଇନ୍‌ ଜାରିକଲା ସିବିଏସ୍‌ଇ

ପରୀକ୍ଷା ହଲ୍‌କୁ କେମିତି ଡ୍ରେସ୍‌ ପିନ୍ଧିକି ଆସିବେ ନିଟ୍‌ ଛାତ୍ରଛାତ୍ରୀ

ନ୍ୟାସ୍‌ନାଲ ଏଲିଜିବିଲିଟି ଏଣ୍ଡ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍‌ -୨୦୧୮ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସ୍‌ଇର ନୂଆ ଡ୍ରେସ କୋଡ୍ । ଡାକ୍ତରୀ ପାଠ ପଢ଼ିବା ପାଇଁ ଆସନ୍ତା ୬ ତାରିଖରେ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେବେ ।  ତେବେ ଏହା ପୂର୍ବରୁ ସିବିଏସ୍‌ଇ ପକ୍ଷରୁ ଜାରି ନିର୍ଦ୍ଦେଶନାମା କରାଯାଇଛି । ନିଟ୍ ପ୍ରବେଶିକା ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ହାଲୁକା ରଙ୍ଗର ହାଫ୍ ସ୍ଲିଭ୍ ପୋଷାକ ପିନ୍ଧି ଆସିବେ ।

ଛାତ୍ରଛାତ୍ରୀ ପିନ୍ଧିଥିବା ସାର୍ଟ, ପ୍ୟାଣ୍ଟ କିମ୍ବା ସାଲୱାରରେ ବଡ଼ ସାଇଜ୍‌ର ବୋତାମ, ବ୍ୟାଜ୍ ରହିନଥିବ । ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ସ୍ଲିପର କିମ୍ଭା କମ୍‌ ହିଲ୍ ଥିବା ଚପଲ ପିନ୍ଧି ଆସିବେ। ଜୋତା ପିନ୍ଧିବାକୁ ବାରଣ କରାଯାଇଛି । ଏହାସହ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀ ମୋବାଇଲ ଫୋନ୍‌, ବ୍ଲୁ ଟୁଥ୍, ଇଅର ଫୋନ୍‌, ମାଇକ୍ରୋଫୋନ୍‌ ଏବଂ ବ୍ୟାଣ୍ଡ୍ ପିନ୍ଧି ଆସିବାକୁ ବାରଣ କରାଯାଇଛି ।

କଟକଣା ଜାରି କରଯାଇଥିବା ସାମଗ୍ରୀ ରଖିବାକୁ ପରୀକ୍ଷା କେନ୍ଦ୍ରରେ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନାହିଁ । ଏହାର ଖିଲାପ କରିବା ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି ।

ନିଟ୍‌ ପରୀକ୍ଷା : ନୂଆ ଡ୍ରେସ୍‌ କୋଡ଼୍‌ ଗାଇଡ୍‌ଲାଇନ୍‌ ଜାରିକଲା ସିବିଏସ୍‌ଇ neet

ପଢନ୍ତୁ ;

ମ୍ୟାଡମ ତୁସାଦ ମ୍ୟୁଜିୟମରେ କରନ୍‌ ଜୋହର

Related posts

ଏହି ବ୍ୟାଙ୍କରେ ବିନା ଚାର୍ଜ ଓ ଜିରୋ ବାଲାନ୍ସରେ ଖାତା ଖୋଲି ଅନେକ ସୁବିଧାର ଲାଭ ଉଠାନ୍ତୁ

ENO Beuro

ଶ୍ରୀମନ୍ଦିର : ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଜପତି ମହାରାଜା ଆଜି ମୁହଁ ଖୋଲିଛନ୍ତି

ENO Beuro

ଗ୍ରାମାଞ୍ଚଳ ପାଇଁ ନୂଆ ପ୍ରସ୍ତାବ, ୧୦,୦୦୦ ଜମା ଥିଲେ ଗରିବ ନୁହଁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More