News

ପ୍ରକାଶ ପାଇଲା ନିଟ୍‌ ରେଜଲ୍ଟ !

ଛାତ୍ରଛାତ୍ରୀମାନେ ସିବିଏସ୍ଇର ଅଫିସିଆଲ ୱେବ୍‌ସାଇଟ୍‌  www.cbseresults.nic.in ରେ ରେଜଲ୍ଟ ଜାଣିପାରିବେ

ପ୍ରକାଶ ପାଇଲା ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ବା ନିଟ୍‌ ରେଜଲ୍ଟ । ସର୍ବଭାରତୀୟ ସ୍ତରରେ ୧୧ଲକ୍ଷ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ପ୍ରାୟ ୩୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।  ପରୀକ୍ଷାର୍ଥୀମାନେ ବୋର୍ଡର ଅଫିସିଆଲ ରେଜଲ୍ଟ ୱେବସାଇଟ cbseresults.nic.inରେ ରେଜଲ୍ଟ ଦେଖିପାରିବେ । ଯୋଗ୍ୟ ଛାତ୍ରଛାତ୍ରୀ ଏମବିବିଏସ୍ ଓ ବିଡିଏସରେ ନାମ ଲେଖାଇବେ ।

ପୂର୍ବରୁ ରେଜଲ୍ଟ ବାହରିବାରେ ବିଳମ୍ବ ହେବାରୁ ସୁପ୍ରିମକୋର୍ଟ ୨୬ ତାରିଖ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବା ପାଇଁ ସିବିଏସ୍‌ଇକୁ ନିର୍ଦ୍ଦେଶ ଦେଇଥିଲେ । ନିଟ୍‌ରେ ରାଙ୍କ ପାଇଥିବା ଛାତ୍ରଛାତ୍ରୀମାନେ ଡାକ୍ତରୀ ପଢିବା ପାଇଁ କାଉନସିଲିଂରେ ଭାଗ ନେଇପାରିବେ । ଚଳିତ ବର୍ଷ ୬୫,୦୦୦ ହଜାର MBBS ଓ ୨୫,୦୦୦ ହଜାର ବିଡିଏସ୍ ସିଟ୍‌ ପାଇଁ କାଉନସିଲିଂ ହେବ ।

ଓଡିଶାର ଅନୁଗୁଳୁ, ବାଲେଶ୍ୱର, କଟକ, ବ୍ରହ୍ମପୁର, ଭୁବନେଶ୍ୱର, ରାଉରକେଲା ଓ ସମ୍ବଲପୁରରେ ଏହି ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। କଡା ସୁରକ୍ଷା ଏବଂ ବ୍ୟାପକ କଟକଣା ମଧ୍ୟରେ ଆୟୋଜିତ ହୋଇଥିଲା ନିଟ୍‌ ପରୀକ୍ଷା ।

ପଢନ୍ତୁ ;

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା ? ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Related posts

ସମସ୍ତ ୧୪ ପ୍ରକାର ୧୦ ଟଙ୍କିଆ କଏନ ବୈଧ : ବିନା ସଙ୍କୋଚରେ ବ୍ୟବହାର କରନ୍ତୁ

ENO Beuro

୨ ରାଜନେତାଙ୍କୁ ନକ୍ସଲଙ୍କ ହତ୍ୟା,ହାତ ବାନ୍ଧି ଜଙ୍ଗଲକୁ ନେଇ ଗୁଳି କଲେ

ENO Beuro

ଆଜି ପବିତ୍ର ମଉଳା ଶ୍ରାଦ୍ଧ ବା ମହାଳୟା ଶ୍ରାଦ୍ଧ , ପିତୃପୁରୁଷଙ୍କ ପିଣ୍ଡଦାନ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁଙ୍କ ଭିଡ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More