Entertainment

ବିବାହ ପରେ ହନିମୁନ୍ ରେ ବାହାରିଲେ ଏହି ନବବିବାହିତ ପତୀ-ପତ୍ନୀ

ନେହା ଏବଂ ଅଙ୍ଗଦଙ୍କୁ ଗତକାଲି ରାତିରେ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା

ବଲିଉଡରେ ଚାଲିଛି ଏବେ  ବିବାହର ଋତୁ । ଗତକାଲି ଅଭିନେତ୍ରୀ ନେହା ଧୁପିଆ ଲୁଚାଛପାରେ ବନ୍ଧୁ ଅଙ୍ଗଦଙ୍କ ସହ ବିବାହ କରି ତାଙ୍କ ଫ୍ୟାନ୍ସମାନଙ୍କୁ ଉପହାର ଦେଇଥିଲେ । ବିବାହରର ସମସ୍ତ କାର୍ଯ୍ୟ ସାରି ସେ ଦୁହେଁ ହନିମୁନ୍ ପାଇଁ ଅମେରିକା ବାହାରିଥିଲେ । ନେହା ଏବଂ ଅଙ୍ଗଦଙ୍କୁ ଗତକାଲି ରାତିରେ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା ।

ପତୀ-ପତ୍ନୀ ଦୁହେଁ କାଜୁଆଲ ଲୁକରେ ଥିଲେ । ନେହା ଏକ ନୀଳ ରଙ୍ଗର ଡ୍ରେସ ଉପରେ କଳା ରଙ୍ଗର ଶ୍ରଗ ସହିତ ହାତରେ ପଞ୍ଜାବି ଚୂଡା ପିନ୍ଧିଥିଲେ । ଏବଂ ଦୁଇଜଣ ଖୁବ୍ ଖୁସି ଥିବାର ଜଣା ପଡୁଥିଲେ । ନେହାଙ୍କ କହିବାର ଥିଲା ଯେ, ‘ସେ ତାଙ୍କ ଜୀବନରେ ସବୁଠାରୁ ଭଲ ନିଷ୍ପତି ନେଇଛନ୍ତି । ଏବଂ ବନ୍ଧୁ ଅଙ୍ଗଦଙ୍କ ସହ ବିବାହ କରି ବହୁତ ଖୁସି ଅଛନ୍ତି ।

ନେହାଙ୍କ ବିବାହ କଥା ଆଗରୁ ବିଲକୁଲ ଶୁଣିବାକୁ ମିଳିନଥିଲା । ହଠାତ୍ ନେହା ଏବଂ ଅଙ୍ଗଦ ଦୁହେଁ ଲୁଚାଛପାରେ ଗୁରୁଦ୍ୱାରରେ ବିବାହ ବେଳେର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିବା ସହ ଦୁହେଁ ଦୁହିଁଙ୍କ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଖୁବ୍ ଜୋର ଧରିଥିଲା । ଏବଂ ଧିରେ ଧିରେ ସବୁ କଳାକାର ମାନେ ତାଙ୍କ ଦୁହିଁଙ୍କୁ ବିବାହରର ଶୁଭେଚ୍ଛା ଜଣାଇଥିଲେ ।

ପଢନ୍ତୁ ;

ଲୋକପ୍ରିୟ ଅଭିନେତ୍ରୀ ଅନିତା ଦାସଙ୍କ ହୃଦଘାତରେ ପରଲୋକ

Related posts

ଖୁବ ଶୀଘ୍ର ଦୀପିକା ପାଦୁକୋନ୍ ପ୍ରଯୋଜିକା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି

ENO Beuro

‘ବେଓ୍ଵଫା ବ୍ୟୁଟି’ ଆଇଟମ୍‌ ନମ୍ବର ଗୀତରେ ନଜର ଆସିବେ ଏହି ହେରୋଇନ 

ENO Beuro

ଅମିରଙ୍କ ଡ୍ରିମ ପ୍ରୋଜେକ୍ଟ ‘ମହାଭାରତ’ରେ କୃଷ୍ଣ ଭୂମିକାରେ କିଏ ନଜର ଆସିବେ ଜାଣନ୍ତୁ ?

ENO Beuro

1 comment

Leave a Comment