Entertainment

ସୋନମଙ୍କ ପରେ ନେହା ଧୁପିଆଙ୍କ ସିକ୍ରେଟ୍‌ ମ୍ୟାରେଜ

ନେହା ଧୁପିଆ ବେଷ୍ଟ ଫ୍ରେଣ୍ଡ ଅଙ୍ଗଦଙ୍କୁ କଲେ ବିବାହ

ବଲିଉଡରେ ଏବେ ବିବାହ ଋତୁ ଚାଲିଛି । ସୋନମଙ୍କ ବିବାହ ପରେ ଆଉ ଜଣେ ବଲିଉଡ ଅଭିନେତ୍ରୀ ବିବାହ କରିଛନ୍ତି । ସେ ଆଉ କେହି ନୁହଁନ୍ତି ସେ ହେୁଛନ୍ତି ବଲିଉଡ ଅଭିନେତ୍ରୀ ନେହା ଧୁପିଆ । ଅଭିନେତ୍ରୀ ନେହା ଧୁପିଆ ଗୁପ୍‌ଚୁପ୍‌ ଭାବେ ସିକ୍ରେଟ୍‌ ମ୍ୟାରେଜ୍‌ କରିଛନ୍ତି । ନେହୋ ଲୁଚାଛପା ଭାବେ ଅଭିନେତା ଅଙ୍ଗଦ ବେଦୀ ସହିତ ବିବାହ କରିଛନ୍ତି । ଏହାର ଖବର ସେ କାହାକୁ ବି ଦେଇନାହାଁନ୍ତି ।

ବିବାହ ସମ୍ପୂର୍ଣ୍ଣ ଭାବେ ଶିଖ ପରମ୍ପରା ଅନୁସାରେ ସମ୍ପନ୍ନ ହୋଇଛି । ଅଙ୍ଗଦ ହେଉଛନ୍ତି କ୍ରିକେଟ ତାରକା ବିଶନ ସିଂ ବେଦୀଙ୍କ ପୁତ୍ର । ଅଙ୍ଗଦ ଅନେକ ଫିଲ୍ମରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିସାରିଛନ୍ତି । ବିବାହରେ ଦୁହିଁଙ୍କ ପରିବାର ସଦସ୍ୟଙ୍କ ସହିତ ପରିବାରର କିଛି ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ ।ବିବାହ ପରେ ନେହା ତାଙ୍କର ଏବଂ ଅଙ୍ଗଦଙ୍କର ଫଟୋ ସେୟାର କରି ବିବାହ ବିଷୟରେ ସୂଚନା ଦେଇଥିଲେ ।

ଖବର ଅନୁସାରେ ଦୁହେଁ ପରସ୍ପରକୁ ଲମ୍ବା ସମୟ ଧରି ଡେଟ କରୁଥିଲେ । ଦୁହିଁଙ୍କୁ ଅନେକଥର ରେଷ୍ଟୁରାଣ୍ଟ ବାହାରେ ମଧ୍ୟ ଦେଖିବାକୁ ମିଳୁଥିଲା । ନେହା ଏବଂ ଅଙ୍ଗଦ ବେଦୀ ଏପର୍ଯ୍ୟନ୍ତ କୌଣସି ଫିଲ୍ମରେ କାମ କରିନାହାଁନ୍ତି । କିନ୍ତୁ ଦୁହିଁଙ୍କର କିଛି ସାଧାରମ ବନ୍ଧୁଙ୍କୁ କାରଣରୁ ଦୁହେଁ ପରସ୍ପରର ନିକଟତର ହୋଇଥିଲେ । ନେହାଙ୍କ ବିବାହ ନେଇ ଏବେ ବଲିଉଡ୍‌ ସରଗରମ ହୋଇ ଉଠିଛି । କାହାକୁ ନ ଜଣାଇ ନେହା କାହିଁକି ବିବାହ କଲେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ପଢନ୍ତୁ ;

ପାଟଣାଗଡ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ ବୁଲେଟ୍ ରାଜା ‘ ର ପ୍ରେସ୍ ମିଟ୍

Related posts

ହାସ୍ୟ ଅଭିନେତା କପିଲଙ୍କୁ ଆଉ ଏକ ଝଟ୍‌କା

ENO Beuro

ବଲିଉଡରେ ପାଦ ରଖିବେ ମହମ୍ମଦ ସାମିଙ୍କ ପତ୍ନୀ ହସିନ୍‌ ଜାହାଁ

ENO Beuro

ବଲିଉଡ୍‌ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ଧମକ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More