ହିମାନ୍‌ସ ଓ ନେହା କକ୍କରଙ୍କ ସଂପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା , ମୁହଁ ଖୋଲିଲେ ନେହା କକ୍କର

ଆମେ ଦୁଇ ଜଣ ଭଲ ବନ୍ଧୁ

ଏବେ ଚର୍ଚ୍ଚାରେ ବଲିଉଡ୍‌ ଗାୟିକା ନେହା କକ୍କର । ପୁଣି ସେ ଚର୍ଚ୍ଚାରେ ଅଛନ୍ତି କାହା ପାଇଁ ଜାଣନ୍ତି ହିମାନ୍‌ସ କୋହଲିଙ୍କ ପାଇଁ । ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି ଦୁହେଁ କୁଆଡେ ଭଲ ପାଉଛନ୍ତି । ସେମାନଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ଦେଖି ପ୍ରଶଂସକମାନେ ଦୁଇ ଜଣଙ୍କ ମଧ୍ୟରେ କିଛି ରହିଛି ବୋଲି ଭାବୁଥିବା ବେଳେ ଭାଲେଣ୍ଟାଇନ୍‌ ଡେରେ ପରସ୍ପର ସହ ସମୟ ବିତାଇବାର ପୋଷ୍ଟ ମଧ୍ୟ କରିଥିଲେ ।

ଏମିତି କି ଶୁଣିବାକୁ ମିଳୁଥିଲା ଯେ , ଭାଲେଣ୍ଟାଇନ୍ ଡେ ତଥା ଶିବରାତ୍ରୀରେ ଦୁହିଁଙ୍କ ବିବାହ ହୋଇଥିବା ନେଇ ଗୁଜବ ଉଡିଥିଲା । ଯାହାକୁ ନେଇ ଉଭୟ ନେହା ଓ ହିମାନ୍ସଙ୍କ ପରିବାର ସଦସ୍ୟ ଦୁହିଁଙ୍କୁ ବିବାହକୁ ନେଇ ପ୍ରଶ୍ନ ପଚାରିଥିଲେ । ଉତ୍ତରରେ ଦୁହେଁ ହସି ଏହାକୁ ପ୍ରତ୍ୟାଖାନ କରିଥିଲେ ।

କିନ୍ତୁ ଏବେ ଏ ନେଇ ମୁହଁ ଖୋଲିଛନ୍ତି ଗାୟିକା ନେହା କକ୍କର । ତାଙ୍କ କହିବା ଅନୁଯାୟୀ, ଆମେ ଦୁଇ ଜଣ ଭଲ ବନ୍ଧୁ ଓ ପରସ୍ପରକୁ ଭଲ ପାଉ ବୋଲି ଆପଣମାନେ କହି ପାରିବେ କିନ୍ତୁ ପ୍ରେମୀଯୁଗଳ ନୁହେଁ । ଆମେ ଦୁହେଁଦୁହିଁଙ୍କୁ ସମ୍ମାନ ଦେଉ କିନ୍ତୁ ଆମ ଭିତରେ ସେଭଳି କିଛି ନାହିଁ ଯାହା ଲୋକମାନେ ଭାବୁଛନ୍ତି ।

ଆମ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ଖବର ପ୍ରସାର ହେବା ପରେ ଆମେ ଦୁଇ ଜଣ ହସିବାକୁ ଲାଗିଥିଲୁ । ସୋସିଆଲ ସାଇଟ୍‌ରେ ଆମମାନଙ୍କ ଫଟୋ ଦେଖି ଲୋକମାନଙ୍କ ମନରେ ଭୁଲ ଧାରଣା ଆସିଯାଇଛି । ସେମିତି ଆମ ଦୁହିଁଙ୍କ ମଧ୍ୟରେ କିଛି ନାହିଁ।’ ଶୁଣିବାକୁ ମିଳୁଛି କି ରିୟଲ ଲାଇଫରେ ଭଲ ବନ୍ଧୁ ଥିବା ଏହି କପଲ୍ ଖୁବଶୀଘ୍ର ରିଲ୍ ଲାଇଫରେ ଲଭ କପଲ ହେବେ । ଅର୍ଥାତ୍ ଆଲବମ୍ “ଓ ହମସଫର୍”ରେ ଦୁହିଁଙ୍କୁ ଦର୍ଶକ ରୋମାନ୍ସ କରୁଥିବା ଦେଖିବାକୁ ପାଇବେ ।

ପଢନ୍ତୁ ;

ସଲମାନଙ୍କୁ ଆଶ୍ଵସ୍ତି : ମିଳିଲା ବିଦେଶ ଗ୍ରସ୍ତର ଅନୁମତି

ଏମିତି କି ଶୁଣିବାକୁ ମିଳୁଥିଲା ଯେ , ଭାଲେଣ୍ଟାଇନ୍ ଡେ ତଥା ଶିବରାତ୍ରୀରେ ଦୁହିଁଙ୍କ ବିବାହ ହୋଇଥିବା ନେଇ ଗୁଜବ ଉଡିଥିଲା - 90%

90%

ତାଙ୍କ କହିବା ଅନୁଯାୟୀ, ଆମେ ଦୁଇ ଜଣ ଭଲ ବନ୍ଧୁ ଓ ପରସ୍ପରକୁ ଭଲ ପାଉ ବୋଲି ଆପଣମାନେ କହି ପାରିବେ କିନ୍ତୁ ପ୍ରେମୀଯୁଗଳ ନୁହେଁ - 88%

88%
89%

Very Good!

ହିମାନ୍‌ସ ଓ ନେହା କକ୍କରଙ୍କ ସଂପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା , ମୁହଁ ଖୋଲିଲେ ନେହା କକ୍କର

ଏବେ ଚର୍ଚ୍ଚାରେ ବଲିଉଡ୍‌ ଗାୟିକା ନେହା କକ୍କର । ପୁଣି ସେ ଚର୍ଚ୍ଚାରେ ଅଛନ୍ତି କାହା ପାଇଁ ଜାଣନ୍ତି ହିମାନ୍‌ସ କୋହଲିଙ୍କ ପାଇଁ । ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି ଦୁହେଁ କୁଆଡେ ଭଲ ପାଉଛନ୍ତି । ସେମାନଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ଦେଖି ପ୍ରଶଂସକମାନେ ଦୁଇ ଜଣଙ୍କ ମଧ୍ୟରେ କିଛି ରହିଛି ବୋଲି ଭାବୁଥିବା ବେଳେ ଭାଲେଣ୍ଟାଇନ୍‌ ଡେରେ ପରସ୍ପର ସହ ସମୟ ବିତାଇବାର ପୋଷ୍ଟ ମଧ୍ୟ କରିଥିଲେ ।

No Votes Yet

You're not rated yet