Entertainment

ଖୁବଶୀଘ୍ର ଏହି ଅଭିନେତାଙ୍କୁ ବିବାହ କରିପାରନ୍ତି ନେହା କକ୍କର

neha

ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ପୁଣି ଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନେହା ଅଭିନେତା ହିମାଂଶୁ କୋହଲୀଙ୍କୁ ଡେଟ କରୁଛନ୍ତି। କିଛି ଦିନ ପୁର୍ବରୁ ହିମାଂଶୁଙ୍କୁ ନିଜର ବନ୍ଧୁ କହୁଥିବା ନେହା ତାଙ୍କର ଏବଂ ହିମାଂଶୁ କୋହଲୀଙ୍କ ସହିତ ତାଙ୍କର ସମ୍ପର୍କକୁ ନେଇ ଏକ ଅଫିସିଆଲ ଘୋଷଣା କରିଛନ୍ତି। ନେହା କହିଛନ୍ତିଯେ ସେ ଏବଂ ହିମାଂଶୁ ଡେଟ କରୁଛନ୍ତି। ଆଗାମୀ ଦିନରେ ମୁଁ ହିମାନ୍ସଙ୍କୁ ବିବାହ ମଧ୍ୟ କରିପାରେ ବୋଲି ନେହା କହିଥିବା ଦେଖା ଯାଇଛି।

himans

kohil

ସୂଚନା ମୁତାବକ, ରିୟାଲିଟି ସୋ’ ‘ଇଣ୍ଡିଆନ୍‌ ଆଇଡ଼ଲ’କୁ ନିଜ କମେଡ଼ିର ତଡ଼୍‍କା ଲଗାଇବା ପାଇଁ ସୁନୀଲ ଗ୍ରୋଭର ଆସିଥିବା ବେଳେ ନେହାଙ୍କ ସ୍ୱୟମ୍ବର କରାଇଥିଲେ । ଏହି ସମୟରେ ହିମାନ୍ସ ସୋ’ରେ ଏଣ୍ଟ୍ରି କରିବାରୁ ନେହା ହିମାନ୍ସଙ୍କୁ ଦେଖି ମୁଁ ହିମାନ୍ସଙ୍କୁ ଜାଣିଛି । ଭବିଷ୍ୟତରେ ମୋ ବିବାହ ପାଇଁ ସ୍ୱୟମ୍ବର ହେଲେ ହିମାନ୍ସ ସେ ଲିଷ୍ଟରେ ନିଶ୍ଚୟ ଥିବେ ବୋଲି କହିଥିଲେ । ଏହା ପରେ ସେ ହିମାନ୍ସଙ୍କ ସହ ‘ଓ ହମ୍‌ସଫର’ ଗୀତରେ ନାଚିଥିବାର ଦେଖା ଯାଇଥିଲା । ନେହାଙ୍କ ଏହି ଉତ୍ତର ପରେ ସେ ହିମାନ୍ସଙ୍କୁ ବିବାହ କରିବାକୁ ଚାହୁଁଥିବା ସହ ଖୁବ୍‌ ଶୀଘ୍ର ବିବାହ କରିପାରନ୍ତି ବୋଲି ଲୋକମାନେ କହିବା ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ,ହିମାଂଶ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ମଧ୍ୟ ଏକ ଫଟୋ ଗତକାଲି ଛାଡ଼ିଛନ୍ତି। ଫଟୋଟି ‘ଇଣ୍ଡିଆନ୍ ଆଇଡଲ୍’ ସେଟ୍‌ର। ଏଥିରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଛନ୍ତି। ହିମାଂଶ ‘ୟାରିୟାଁ’, ‘ଜୀନା ଇସି କା ନାମ ହୈ’ ଓ ‘ସ୍ୱିଟି ୱେଡ୍‌ସ ଏନ୍‌ଆର୍‌ଆଇ’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

ପଢନ୍ତୁ;ଏବେ ହଲିଉଡ଼ରେ କମାଲ ଦେଖାଇବେ ଟାଇଗର ଶ୍ରଫ

Related posts

୮୫ବର୍ଷ ବୟସରେ ଅଜୟ ଦେବଗନ୍‌ଙ୍କ ଫିଲ୍ମରେ ଡେବ୍ୟୁ କରିବେ ଏହି ବୃଦ୍ଧା

ENO Beuro

ରିଲିଜ ହେଲା ‘କଳଙ୍କ’ର ଟିଜର

ENO Beuro

ରିଲିଜ ହେଲା ‘ମଣିକର୍ଣ୍ଣିକା’ ଫିଲ୍ମର ଟିଜର

ENO Beuro

Leave a Comment